ଗଞ୍ଜେଇ ଯାଞ୍ଚ ବେଳେ ସୁନା ବିସ୍କୁଟ ଓ ବିପୁଳ ଟଙ୍କା ଜବତ । ମିଳିଲା ୧ କୋଟି ୨୨ଲକ୍ଷ ଟଙ୍କା ଓ ୨୨ଟି ସୁନା ବିସ୍କୁଟ

175

କନକ ବ୍ୟୁରୋ : ଗଞ୍ଜେଇ ଯାଞ୍ଚ ବେଳେ ବଡ଼ ଧରଣର ବିନା ଜିଏସଟିରେ ସୁନା କିଣାବିକା ରାକେଟ୍ ଠାବ ହୋଇଛି । ବ୍ରହ୍ମପୁର ଲାଞ୍ଜପଲ୍ଲୀ ବାଇପାସ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଯାଞ୍ଚ କରାଯାଇଥିଲା । ଏଥିରେ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ରର ଭରତ ଗୋଖେ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛି । ତାଙ୍କଠାରୁ ନଗଦ ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଭରତ ଗୋଖେଙ୍କୁ ପଚରାଉଚରା ବେଳେ ଏହି ଲିଙ୍କରେ ୨୨ଟି ସୁନା ବିସ୍କୁଟ ଠାବ କରିଛି ପୋଲିସ । ଏତେ ପରିମାଣର ଟଙ୍କା ଓ ସୁନା ମିଳିବା ପରେ ପୋଲିସ, ଆୟକର ବିଭାଗ ଓ ବିକ୍ରକର ବିଭାଗକୁ ଯୋଗାଯୋଗ କରି ଖୋଳତାଡ ଆରମ୍ଭ କରିଛି ।