ବିମୁଦ୍ରୀକରଣକୁ ୬ବର୍ଷ । ବୃଦ୍ଧି ପାଇଛି ନଗଦ ଟଙ୍କା କାରବାର

156

କନକ ବ୍ୟୁରୋ : ଠିକ ୬ବର୍ଷ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ଭାରତ ସରକାର ସବୁଠୁ ବଡ ଫଇସଲା ନେଇଥିଲେ । ୨୦୧୬ ମସିହାର ନଭେମ୍ବର ୮ ତାରିଖ ଦିନ ହଠାତ ଦେଶରେ ନୋଟବନ୍ଦୀ ଘୋଷଣା କରାଯାଇଥିଲା । ରାତି ୧୨ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ୫ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ୍କୁ ବ୍ୟାନ କରିଥିଲେ । ନଗଦରାଶିକୁ କମ୍ କରବା ଓ ଦୁର୍ନୀତିକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ ୬ବର୍ଷ ତଳେ ଏହି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅଚଳ ହୋଇଯାଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ । ନୋଟ ଅଚଳ ହୋଇଯିବା ପରେ କୋଟି କୋଟି ଲୋକ ଟଙ୍କା ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଆଗରେ ଧାଡି ଲଗାଇଥିଲେ । କିନ୍ତୁ ନଗଦ ରାଶିକୁ ନେଇ ଏବେ ଯେଉଁ ତଥ୍ୟ ଆସିଛି ତାହା ବିମୁଦ୍ରିକରଣ ନେଇ ବଡ ପ୍ରଶ୍ନ ଛିଡା କରିଛି ।

ଆରବିଆଇର ରିପୋର୍ଟ ଅନୁସାରେ :
• ଲୋକଙ୍କ ନିକଟରେ ରେକର୍ଡ ପରିମାଣର ନଗଦ ଟଙ୍କା ରହିଛି
• ନଭେମ୍ବର ୨୦୧୬ରେ ଲୋକଙ୍କ ପାଖରେ ୧୨.୯୧ଲକ୍ଷ କୋଟି ଟଙ୍କା ଥିଲା
• ଜାନୁଆରୀ ୨୦୧୭ରେ ଏହା ହ୍ରାସ ପାଇ ୮.୯ଲକ୍ଷ କୋଟି ଥିଲା
• ଅକ୍ଟୋବର ୨୦୨୨ରେ ବୃଦ୍ଧି ପାଇ ଏହା ୩୦.୮୮ଲକ୍ଷ କୋଟି ହୋଇଛି
• ୨୦୧୬ ତୁଳନାରେ ପ୍ରାୟ ୭୨ ପ୍ରତିଶତ ଅଧିକ ବଢିଛି
• ନଗଦ ଟଙ୍କା କାରବାର ବଢ଼ିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି

ଦେଶର କିଛି ଜଣାଶୁଣା ଅର୍ଥଶାସ୍ତ୍ର ଏକଥାକୁ ନେଇ ମଧ୍ୟ ମତ ରଖିଛନ୍ତି କି ସବୁ ନଗଦ ଟଙ୍କା କଳାଧନ ବୋଲି କୁହାଯାଇପାରିବନି । ହୁଏତ ଏହାର କିଛି ପ୍ରତିଶତ କଳାଧନ ହେବାର ସମ୍ଭାବନା ରହିଛି । ବିମୁଦ୍ରୀକରଣ ସମୟରେ ସରକାର କହିଥିଲେ କି ନଗଦ ଟଙ୍କା କାରବାର କମ ହେଲେ ଦେଶରେ କଳାଧନ ଶେଷ ହୋଇଯିବ । କିନ୍ତୁ ୬ବର୍ଷ ପରେ ଆଶ୍ଚର୍ଯଜନକଭାବେ ୯୯.୦୩ ପ୍ରତିଶତ ନଗଦ ଟଙ୍କା ଫେରିଛି ।

ବଢିଛି ନଗଦ ଟଙ୍କା, ବଢିଲା କି କଳାଧନ?
• ସରକାର କହିଥିଲେ ନଗଦ କାରବାର କମିଲେ କଳାଧନ କମିବ
• ଯଦି ନଗଦ କାରବାର ବଢିଛି ତେବେ କଣ କଳାଧନ କାରବାର ବଢିଛି କି ?
• ଫେଲ ମାରିଛି କି ସରକାରଙ୍କ ବିମୁଦ୍ରୀକରଣ ଯୋଜନା ?
• ଯଦି ସଫଳ ହୋଇଛି ତେବେ କାହିଁକି ବଢିଲା ନଗଦ ଅର୍ଥ କାରବାର?

ତଥ୍ୟ ଏକଥା ମଧ୍ୟ କହୁଛି କି ନଗଦ ଟଙ୍କା କାରବାର ବୃଦ୍ଧି ପଛରେ ପ୍ରତି ଦେଶରେ ବିଭିନ୍ନ କାରଣ ରହିଛି । ବିଶେଷ କରି ଏହା ନିଦ୍ଧିଷ୍ଟ ଦେଶର ବ୍ୟବହାରକାରୀଙ୍କ ଉପରେ ନିର୍ଭର କରେ । ଜାପାନରେ ଅଧିକାଂଶ ଲୋକ ନଗଦ ଟଙ୍କା ରଖୁଥିବାବେଳେ ସ୍ପେନରେ କିନ୍ତୁ ଠିକ ଏହା ଓଲଟା ଦେଖିବାକୁ ମିଳେ । ସେହିପରି ଲୋକମାନେ ବିପଦ ସମୟରେ ଅଥବା ଜରୁରୀକଳୀନ ସମୟରେ ନିଜ ପାଖରେ ନଗଦ ଟଙ୍କା ରଖିବାକୁ ଉଚିତ ମନେ କରନ୍ତି । ଏହାର ସବୁଠୁ ବଡ ଉଦାହରଣ ହେଉଛି କୋଭିଡ ଓ ଲକଡାଉନ ସମୟ ।

କଳାଧନ ଓ ଜାଲନୋଟ ପ୍ରସାର, ଆତଙ୍କବାଦ କାର୍ଯ୍ୟକଳାନ ରୋକିବା ପାଇଁ ସରକାର ୬ବର୍ଷ ପୂର୍ବରୁ ଯେଉଁ ପଦକ୍ଷେପ ନେଇଥିଲେ ତା ସଫଳ ହୋଇନଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି ସରକାର । ଯଦି ସକରାତ୍ମକ ଦିଗ ଉପରେ ନଜର ପକାଇବା ତେବେ ଏହାର ସବୁଠୁ ବଡ ଉଦାହରଣ ହେଉଛି କରୋନା ଲଢେଇ । କରୋନା ମହାମାରୀ ଲଢେଇ ଭାରତ ଲଢିବା ସହ ଆଜିର ଦିନରେ ସବୁଠୁ ଶସକ୍ତ ଅର୍ଥନୀତିର ଦେଶଭାବେ ଆଗରେ ବଢୁଛି ଭାରତ ।