ଜଙ୍ଗଲରୁ ୨ ହାତୀର ମୃତଦେହ ଠାବ : ମୃତ୍ୟୁର କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ

80

କନକ ବ୍ୟୁରୋ : ଜଙ୍ଗଲରୁ ୨ ହାତୀର ମୃତଦେହ ଠାବ । କୁଚିଣ୍ଡା ବାମରା ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରେ ପଡ଼ିଛି ୨ ହାତୀଙ୍କ ମୃତଦେହ । ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ରହିଛି ଦନ୍ତାହାତୀ ।

ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଅନୁମାନ କରାଯାଉଛି ଏହି ୨ ହାତୀ ପାଚିଲା ଧାନ ଖାଇବାକୁ ଆସିଥିଲେ । ଧାନ ଗଛରେ ଦିଆଯାଇଥିବା କୀଟନାଶକର ପ୍ରଭାବରେ ମୃତ୍ୟୁ ହୋଇଥିବା ବନବିଭାଗ ଆଶଙ୍କା କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି ।