କାରର ଦାମ୍ ୧୧ ଲକ୍ଷ, ରିପ୍ୟାରିଙ୍ଗ ପାଇଁ ଖର୍ଚ୍ଚ ହେଲା ୨୨ ଲକ୍ଷ, ଗାଡି ମାଲିକ ହତବାକ୍

460

କନକ ବ୍ୟୁରୋ: ନିକଟରେ ମୂଷଳଧାର ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଚାରିଆଡେ ବର୍ଷା ପାଣି ପଶିଯାଇଥିଲା । ଏଠାରେ ଥିବା ଅଟ୍ଟାଳିକାର ତଳ ମହଲାରେ ଥିବା ପାର୍କିଙ୍ଗ ଏରିଆରେ ବି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଫଳରେ ପାଣି ପଶି ଅନେକ ଲୋକଙ୍କ କାର ଖରାପ ହୋଇଯାଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ଫୋକ୍ସୱାଗନ୍ ପୋଲୋ ହ୍ୟାଚବ୍ୟାକ୍ କାର ବି ଖରାପ ହୋଇଯାଇଥିଲା । ଏହାକୁ ସଜାଡିବାକୁ ସେ କାରକୁ ରିପେରିଙ୍ଗ ସେଣ୍ଟରକୁ ପଠାଇଲେ । ହେଲେ ୨୦ ଦିନ ପରେ ତାଙ୍କ ପାଖକୁ ଯେଉଁ ବିଲ ଆସିଲା ତାୁ ଦେଖି ବ୍ୟକ୍ତିଙ୍କର ହୋସ୍ ଉଡିଯାଇଥିଲା ।

‘ଲିଙ୍କ୍‌ଡ୍‌ଇନ୍‌’ରେ ସେୟାର୍‌ କରି ‘ଆମାଜନ୍‌’ରେ ପ୍ରଡକ୍ଟ୍‌ ମ୍ୟାନେଜର୍‌ ଭାବେ କାର୍ୟ୍ୟ କରୁଥିବା ଅନିରୁଦ୍ଧ ଗଣେଶ କହିଛନ୍ତି ଯେ, ବେଙ୍ଗାଲୁରୁରେ ସଂଘଠିତ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇ ତାଙ୍କ କାର୍‌ ନଷ୍ଟ ହୋଇଯାଇଥିଲା। ସଜାଡ଼ିବା ପାଇଁ ସେ ଗାଡ଼ିଟିକୁ ହ୍ବାଇଟ୍‌ଫିଲ୍‌ଡ୍‌ସ୍ଥିତ ‘ଫୋକ୍ସ୍‌ୱାଗେନ୍‌ ଆପ୍ଲ୍‌ ଅଟୋ’କୁ ପଠାଇଥିଲେ।

କିନ୍ତୁ, ଉକ୍ତ ‘ସର୍ଭିସ ସେଣ୍ଟର୍‌’ ୨୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପଠାଇବା ପରେ ଗଣେଶ ବୀମାକାରୀ ‘ଅକୋ’ ସହିତ ଯୋଗାଯୋଗ କଲେ। ସେମାନେ କହିଲେ କି, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଲେଖି ଦିଆଯାଉ। ତା’ପରେ ସେମାନେ ଯାଇ ‘ସର୍ଭିସ୍‌ ସେଣ୍ଟର୍‌’ରୁ ସେଇଟିକୁ ନେଇ ଆସିଲେ।

ମାତ୍ର, କାର୍‌ଟିକୁ ନେବାକୁ ହେଲେ ଅଗତ୍ୟା ଗଣେଶଙ୍କୁ ୪୪,୮୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ‘ସର୍ଭିସ୍‌ ସେଣ୍ଟର୍‌’ କହିଛି। ଏହା ହେଉଛି, କାର୍‌ର କ’ଣ ନଷ୍ଟ ହୋଇଛି ସେ ବାବଦରେ ପ୍ରସ୍ତୁତ କରାଯାଇଥିବା କାଗଜପତ୍ର ବାବଦ ଖର୍ଚ୍ଚ। ‘ଫୋକ୍ସ୍‌ୱାଗେନ୍‌’କୁ ପୁଣି ଥରେ ଇ-ମେଲ୍‌ କରିବା ପରେ ମରାମତି ବାବଦକୁ ୫ ହଜାର ଟଙ୍କା ପଡ଼ିବ ବୋକଲି କମ୍ପାନି ସ୍ଥିର କରିଛି।