ବାଲିଅନ୍ତା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର, ୨ ନିଖୋଜ

72

କନକ ବ୍ୟୁରୋ : ଦୀପାବଳିରେ ଦୁଖ ଖବର । ଭୁବନେଶ୍ୱର ଉପଖଣ୍ଡ ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲରେ ଘଟିଛି ଏ ଦୁର୍ଘଟଣା । ସକାଳେ ଏକ କାର କେନାଲକୁ ଖସିପଡି ଦୁଇଘଂଟା ଯାଏ ଜଳିରେ ବୁଡି ରହିଥିଲା । ଏନେଇ ସ୍ଥାନୀୟ ଲୋକ ଓ କ୍ରେନ ସହାୟତାରେ ପାଣି ଭିତରୁ କାରଟିକୁ ଉଦ୍ଧାର କରାଯାଇଥିଲେ ବି କାର ମଧ୍ୟରେ ଥିବା ୨ ଜଣଙ୍କର ପତ୍ତା ମିଳୁନାହିଁ । ନିଖୋଜ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମାହେନ୍ଦ୍ର କୁମାର ।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ଶିବ ଶକ୍ତି ନଗରକୁ ଯାଉଥିଲା । ହେଲେ ପୁରୀ ମୁଖ୍ୟ କେନାଲ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡିଥିଲା । ସ୍ଥାନୀୟ ସିକ୍ୟୁରିଟ ଗାର୍ଡ ଦୁର୍ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନି ଓ ପୋଲିସ ପହଂଚି କ୍ରେନ୍ ଯୋଗେ କାରକୁ ଉପରକୁ ଆଣିଥିଲେ, ହେଲେ କାର୍ରେ ଭିତରେ ଥିବା ୨ ଜଣ ବ୍ୟକ୍ତିଙ୍କ ପତା ଏଯାଏଁ ମିଳିପାରିନି ।