ନେତାଙ୍କ ଭିଆଇପି ଗିରି ! ମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ଲାଟଫର୍ମରେ ପସିଗଲା କାର ।

20

ମଧ୍ୟପ୍ରଦେଶର ରାଜନେତା ଓ ମନ୍ତ୍ରୀମାନଙ୍କ ମଧ୍ୟରୁ ଏବେ ବି ‘ରାଜା ମହାରାଜା’ ମାନସିକତା ଦୂର ହୋଇ ପାରିନାହିଁ। ଏହିପରି ଏକ ‘ରାଜା ମହାରାଜା’ ମାନସିକତା ଓ ଭିଭିଆଇପି ସଂସ୍କୃତିର ଏକ ନଗ୍ନ ନମୁନା ଦେଖିବା ପାଇଁ ମିଳିଛି ଭୋପାଳ ରେଳ ଷ୍ଟେସନରେ। ସମସ୍ତ ପ୍ରକାରର ନୀତିନିୟମକୁ ଜଳାଞ୍ଜଳି ଦେବା ସହ ଉଲ୍ଲଂଘନ କରି ମଧ୍ୟପ୍ରଦେଶ କ୍ରୀଡ଼ା ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆଙ୍କୁ ଆଣିବା ପାଇଁ ତାଙ୍କ ସରକାରୀ ଗାଡ଼ି ଯାତ୍ରୀ ଗହଳି ପୂର୍ଣ୍ଣ ଭୋପାଳ ରେଳ ଷ୍ଟେସନ ମଧ୍ୟକୁ ପ୍ରବେଶ କରିବାର ଭିଡିଓ ଚିତ୍ର ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମଧ୍ୟପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ ଏକ ଟ୍ରେନରେ ଆସି ଭୋପାଳ ଷ୍ଟେସନରେ ଓହ୍ଲାଇବାର ଥିଲା। ଷ୍ଟେସନରୁ ତାଙ୍କୁ ଆଣିବା ପାଇଁ ତାଙ୍କ ସରକାରୀ ଗାଡ଼ି ଷ୍ଟେସନକୁ ଯାଇଥିଲା। ହେଲେ, ଟ୍ରେନ୍ରୁ ଓହ୍ଲାଇବା ପରେ ମନ୍ତ୍ରୀ ଶ୍ରୀମତୀ ସିନ୍ଧିଆଙ୍କୁ ଯେପରି କଷ୍ଟକରି ଚାଲିଚାଲି ଷ୍ଟେସନ ବାହାରକୁ ଆସିବାକୁ ନପଡ଼େ ତାହାକୁ ନିଶ୍ଚିତ କରିବା ପାଇଁ ମନ୍ତ୍ରୀଙ୍କ ଡ୍ରାଇଭର ସମସ୍ତ ପ୍ରକାରର ନୀତିନିୟମକୁ ଜଳାଞ୍ଜଳି ଦେବା ସହ ଉଲ୍ଲଂଘନ କରି ମନ୍ତ୍ରୀଙ୍କ ଗାଡ଼ିକୁ ନେଇ ଯାତ୍ରୀ ଭିଡ଼ ମଧ୍ୟରେ ମନ୍ତ୍ରୀ ଆସୁଥିବା ବଗି ନିକଟରେ ନେଇ ରଖିଥିଲେ। ମନ୍ତ୍ରୀ ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ଅପେକ୍ଷା କରିଥିବା ଗାଡ଼ିରେ ବସି ଷ୍ଟେସନରୁ ଚାଲି ଯାଇଥିଲେ।