କ୍ୟାପଟେନ୍ କୋହଲିଙ୍କ ନିଆରା ରୂପ । ସାଣ୍ଟା ବେଶରେ ନଜର କ୍ୟାପଟେନ୍ କୋହଲୀ, ଭରିଲେ ଅନାଥ ପିଲାଙ୍କ ମୁହଁରେ ହସ ।

559

କନକ ବ୍ୟୁରୋ: କ୍ରିକେଟ ମଇଦାନର ବର୍ତ୍ତମାନ ବାଦଶାହା ବିରାଟ । ଅନେକଙ୍କୁ ନିଜର ଖେଳରେ ଆକୃଷ୍ଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ତେବେ ବିରାଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କାରଣ ଏହି ଭିଡିଓରେ କ୍ରିକେଟର ବିରାଟଙ୍କ ଅନ୍ୟ ଏକ ରୂପ ଦେଖିବାକୁ ମିଳିଛି ।

କଲିକତାର ଏକ ଅନାଥାଶ୍ରମରେ ପହଁଚି ଛୋଟ ଛୋଟ ପିଲାଙ୍କୁ ଖ୍ରୀଷ୍ଟମାସ୍ ସାଣ୍ଟା ବେଶରେ ସରପ୍ରାଇଜ ଦେଇଛନ୍ତି ଭାରତ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି । ସାଂଟା କ୍ଲଜ ପୋଷାକରେ ଯାଇ ପହଁଚିଛନ୍ତି କୁନି କୁନି ପିଲାଙ୍କ ଗହଣରେ । ଖାଲି ସେତିକି ନୁହେଁ ଅନାଥାଶ୍ରମର ପ୍ରତ୍ୟେକ ପିଲାଙ୍କ ମନଜାଣି ଉପହାର ବି ଦେଇଛନ୍ତି ଏହି ମ୍ୟାଜିକ ସାଂଟା । ଷ୍ଟାର ସ୍ପୋର୍ଟସ୍ ଚ୍ୟାନେଲ ଦ୍ୱାରା ଏମିତି ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ବିରାଟ କୋହଲିଙ୍କୁ ସାଂଟା କ୍ଲଜ ଭାବେ ଦେଖିବାକୁ ମିଳିଛି । ଆଉ ବିରାଟ ଯେତେବେଳେ ନିଜ ଅସଲ ପରିଚୟ ଦେଇଛନ୍ତି, କୁନି କୁନି ପିଲାମାନେ ଖୁସିରେ ଆତ୍ମବିଭୋର ହୋଇ ତାଙ୍କୁ ଆଲିଙ୍ଗନ କରି ପାକାଉଛନ୍ତି ।

ଖ୍ରୀଷ୍ଟମାସକୁ ନେଇ ସଭିଁଙ୍କ ମନରେ ଥାଏ ଉକ୍ରଣ୍ଠା । ବିଶେଷ କରି ଅନାଥାଶ୍ରମରେ ଥିବା ପିଲାମାନଙ୍କ ମନରେ ବି ଖ୍ରୀଷ୍ଟମାନ ଓ ସାଂଟା କ୍ଲଜକୁ ନେଇ ରହିଛି ଅନେକ ଉତ୍ସୁକତା । ସେସବୁକୁ ପୂରଣ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି । ବିରାଟ ମଧ୍ୟ ପିଲାଙ୍କ ସହ ବେଶ କିଛି ସମୟ ବିତାଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆ ବର୍ଷକୁ ନେଇ ଷ୍ଟାର୍ସ ସ୍ପୋର୍ଟସ ପକ୍ଷରୁ ଏହି ଭିଡିଓ ରିଲିଜ କରାଯାଇଛି । ଏହାପରି ଅଧିନାୟକ ବିରାଟ କୋହଲିଙ୍କ ଏହି ଉଦ୍ୟମକୁ ସୋସିଆଲ ମିଡିଆରେ ମିଳିଛି ଭରପୁର ପ୍ରଶଂସା ।