କିର୍ତ୍ତନ କରି କ୍ୟାମ୍ପେନ୍ କଲେ ପ୍ରଦୀପ: ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ପନ୍ଥା ଆପଣଉଛନ୍ତି ପ୍ରାର୍ଥୀ

95

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ହୋଇଛି କ୍ୟାମ୍ପେନିଂ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ବାଟ ଆପଣାଉଛନ୍ତି ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଚାର ବେଳେ ପଖାଳ ଖାଉଥିବାର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ପଖାଳ ଖାଉଥିବା ବେଳେ ବିଜେଡି ସମର୍ଥକମାନେ ତାଙ୍କ ଚାରିପାଖରେ ବସିଥିବା ଦେଖିବାକୁ ମିଳିଛି । ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସମର୍ଥକଙ୍କ ସହ ଭୋଟରଙ୍କୁ ମନେଇବାରେ ଲାଗିପଡ଼ିଛନ୍ତି । ସମର୍ଥକଙ୍କ ସହ କିର୍ତନ କରି ପ୍ରଚାର କରୁଛନ୍ତି ପ୍ରଦୀପ ।