ଔଷଧରୁ ସୁସ୍ଥ ହେଲେ କର୍କଟ ରୋଗୀ। ଆଥିଜୋଲିଜୋମାବ ଇଂଜେକ୍ସନରୁ ସୁସ୍ଥ ହେଲେ ମାଞ୍ଚେଷ୍ଟରରେ ରହୁଥିବା ଭାରତୀୟ ବଂଶୋଦ୍ଧବ ଜାଶମିନ ଡେଭିଡ।

315

କନକ ବ୍ୟୁରୋ: ଔଷଧ ଖାଇ ମାରାତ୍ମକ କର୍କଟ ରୋଗରୁ ସୁସ୍ଥ ହେଲେ ଜଣେ ଭାରତୀୟ ବଂଶୋଦ୍ଧବ ମହିଳା । କିଛି ବର୍ଷ ତଳେ ଡାକ୍ତର ତାଙ୍କୁ ୨ ମାସ ବଞ୍ଚିବାକୁ ସମୟ ଦେଇଥିବା ବେଳେ ସେ ଆଜି ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରେ ଖୁସି ମନାଉଛନ୍ତି । ବ୍ରେଷ୍ଟ କର୍କଟ ରୋଗରେପୀଡ଼ିତ ଥିବା ମହିଳା ଜଣଙ୍କ ଇଂଲଣ୍ଡରେ ଏକ ହସ୍ପିଟାଲରେ କ୍ଲିନିକାଲ ଟ୍ରାଏଲରେ ରହି ଔଷଧ ଖାଇବା ପରେ ସୁସ୍ଥ ହୋଇଛନ୍ତି । ଏବେ ତାଙ୍କ ଠାରେ କ୍ୟାନସରର କୌଣସି ଲକ୍ଷ୍ୟଣ ନ ଥିବା କହିଛନ୍ତି ଡାକ୍ତର । ୫୧ ବର୍ଷିୟ ଜନମିନ୍ ଡେଭିଡ ନ୍ୟାସନାଲ ହେଲଥ ସର୍ଭିସ ଟ୍ରାଏଲରେ ଇଂଲଣ୍ଡର ମାଞ୍ଚେଷ୍ଟରରେ ଥିବା ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।

୨୦୧୭ରେ ତାଙ୍କ ଠାରେ ବ୍ରେଷ୍ଟ କର୍କଟ ଦେଖାଦେଇଥିଲା । ପରେ ସେ ଆଥିଜୋଲିଜୋମାବ ଇଂଜେକ୍ସନ ସହ ୧୫ ଥର ରେଡିଓ ଥେରାପି ନେବା ପରେ ତାଙ୍କ ଠାରେ କର୍କଟର ଲକ୍ଷଣ ଉଭେଇ ଯାଇଥିଲା । ହେଲେ ଏହାର କିଛି ମାସ ପରେ ଅର୍ଥାତ ୨୦୧୯ରେ ପୁଣି ଲକ୍ଷଣ ଦେଖାଯାଇଥିଲା । ଆଉ ଡାକ୍ତର ତାଙ୍କୁ ଆଉ ଦୁଇ ମାସ ବଂଚିବାକୁ ସମୟ ଦେଇଥିଲେ । ହେଲେ ସେ ଏବେ ଔଷଧ ଖାଇ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ।