ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ! ଆପଣଙ୍କ ନିତିଦିନିଆ ଅଭ୍ୟାସରେ ମଧ୍ୟ ହୋଇପାରେ କ୍ୟାନ୍ସର ।

82

ଆପଣ ଜାଣିଛନ୍ତି କି ଅଫିସରେ ବସିବା ଆପଣଙ୍କ ପାଇଁ ଧୂମ୍ରପାନ କରିବା ସଦୃଶ ହୋଇପାରେ । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଯିଏ ଅଫିସରେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ସମୟ ବିତାଏ, ତେବେ ଆପଣଙ୍କୁ କ୍ୟାସନର ହୋଇପାରେ । କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହୋଇଯିବେ ଯେ, ଆପଣଙ୍କ ନିତିଦିନିଆ ଅଭ୍ୟାସ ଆପଣଙ୍କ ପାଇଁ କେତେ ବିପଦଜନକ ହୋଇପାରେ । ଏଭଳି କିଛି ଅଭ୍ୟାସ ନିମ୍ନରେ ଅଛି ।

କେମିକାଲ : ପେରାବିନ୍ସ କେମିକାଲ ମେକଅପ ସାମଗ୍ରୀରେ ବ୍ୟବହାର ହୁଏ । ସ୍ତନ କ୍ୟାନସର ହେଉଥିବା ୯୯% ମହିଳାଙ୍କ ଶରୀରରେ ପେରାବିନ୍ସ କେମିକାଲ ପାଇବାକୁ ମିଳେ । କେମିକାଲ ବହୁତ ସାରା ଅଛି । କିନ୍ତୁ ପେରାବିନ୍ସ କ୍ୟାନସରର କାରଣ ହୁଏ ।

ମଦ : ମଦ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ସେଥିପାଇଁ ଏହାକୁ ପିଇବା ଉଚିତ୍ ନୁହେଁ । ବିଶେଷଜ୍ଞଙ୍କ ମତରେ ମଦ କମ ପିଇବା କିମ୍ବା ଅଧିକ ପିଇବା ଉଭୟ ହିଁ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ସୂର୍ଯ୍ୟ କିରଣ : ୯୫% ଚର୍ମ କ୍ୟାନସର ସୂର୍ଯ୍ୟ କିରଣର ପରିଣାମ । ସୂର୍ଯ୍ୟ କିରଣରେ ଅତି ବାଇଗଣୀ ରଶ୍ମି ପାଇବାକୁ ମିଳେ । ସେଥିପାଇଁ କ୍ୟାନସର ହେବାର ବିପଦ ବଢ଼ିଯାଏ । ମେଲେନୋମା ନାମକ କ୍ୟାନସର ସୂର୍ଯ୍ୟ କିରଣ ଦ୍ୱାରା ହୁଏ ।

ନାଇଟ ଶିଫ୍ଟରେ କାମ କରିବା : ରାତି ଶିଫ୍ଟରେ କେବଳ ୫ ବର୍ଷ ପର‌୍ୟ୍ୟନ୍ତ କାମ କରିବା ଦ୍ୱାରା କ୍ୟାନସରର ସମ୍ଭାବନା ୧୧% ବଢ଼ିଯାଏ । ଆମେରିକୀୟ ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁସାରେ, ୫ ବର୍ଷ ପର‌୍ୟ୍ୟନ୍ତ ଦିନ ରାତି ବଦଳାଇ ନାଇଟ ଶିଫ୍ଟ କରୁଥିବା ଲୋକଙ୍କ ଠାରେ ହୃଦରୋଗ ଏବଂ କ୍ୟାନସରରେ ମୃତ୍ୟୁ ହେବାର ବିପଦ ବଢ଼ିଯାଏ ।

ଡିଜେଲ : ଡିଜେଲ ଧୂଆଁର ନିୟମିତ ସଂପର୍କରେ ଆସିଲେ କ୍ୟାନସର ହେବାର ସମ୍ଭାବନା ବଢ଼ିଯାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବିଶେଷଜ୍ଞଙ୍କ ମତରେ ଏହା ଚେନ ସ୍ମୋକର ହେବାଠାରୁ ମଧ୍ୟ ଅଧିକ କ୍ଷତିକାରକ ।