କାନାଡା ସଂସଦରେ ଶୁଭିଲା କନ୍ନଡ ଭାଷା । ସାଂସଦ ଚନ୍ଦ୍ରା ଆର୍ଯ୍ୟଙ୍କ ମାତୃଭାଷାରେ ସମ୍ବୋଧନ । 

83

କନକ ବ୍ୟୁରୋ: କାନାଡା ସଂସଦରେ କନ୍ନଡ ଭାଷା । କାନାଡାରେ ପ୍ରବାସୀ ଭାରତୀୟ ସାଂସଦ ଚନ୍ଦ୍ରା ଆର୍ଯ୍ୟ ନିଜ ମାତୃଭାଷାରେ ଭାଷଣ ଦେଇଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଂସଦରେ ସମ୍ବୋଧନ ବେଳେ ସେ ଏଭଳି କରିଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ସେ ନିଜେ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ‘ଭାରତ ବାହାରେ ବିଶ୍ୱର କୌଣସି ସାଂସଦ କନ୍ନଡ ଭାଷା କୁହାଯାଇଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ କାନାଡର ସଂସଦରେ ନିଜ ମାତୃଭାଷା କନ୍ନଡରେ ସମ୍ବୋଧନ କରିଛି । ଏହି ସୁନ୍ଦର ଭାଷାର ନିଜର ଇତିହାସ ରହିଛି । ପାଖାପାଖି ୫ ଲକ୍ଷ ଏହି ଭାଷା କହିଥାନ୍ତି । ଏହା ପ୍ରଥମ ଥର ଯେତେବେଳେ ଭାରତ ବାହାରେ କୌଣସି ସଂସଦରେ କନ୍ନଡ ଭାଷା କୁହାଯାଇଛି’ ।

ସମ୍ବୋଧନ ବେଳେ ସେ କବି କୁବେମ୍ପୁଙ୍କ ଗୋଟିଏ କବିତା ସହ ନିଜ ଭାଷଣ ଶେଷ କରିଥିଲେ । ନିଜ ଭାଷଣରେ ସେ କହିଥିଲେ ଏହି କବିତାର କବି ଯେଉଁଠାରେ ବି ଥାନ୍ତୁ, ଯେମିତି ବି ଥାନ୍ତୁ ସବୁବେଳେ ଜଣେ କନ୍ନଡ ଭାବେ ଥାନ୍ତୁ । ୨୦୧୫ ମସିହାରେ ଚନ୍ଦ୍ରା ପ୍ରଥମ ଥର ସାଂସଦ ହୋଇଥିଲେ । ୨୦୧୯ରେ ପୁଣିଥରେ ସେ ସାଂସଦ ନିର୍ବାଚିତ ହୋଇଛନ୍ତି । କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ସିଏନ ଅଶ୍ୱତନାରାୟଣ ଏହି ଭିଡିଓକୁ ସେୟାରକରିବା ସାଂସଦଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।

କର୍ଣ୍ଣାଟକରେ ଚନ୍ଦ୍ରା ଆର୍ଯ୍ୟ ଜନ୍ମ ହୋଇଥିଲେ । ସେଠାରେ ପାଠପଢା ପରେ ବେଙ୍ଗାଲୁରୁ ବିଶ୍ୱ ବିଦ୍ୟାଳୟରୁ ଇଞ୍ଜିନିୟରିଂ, ଏବଂ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ ।  ପରେ ସେ ଡିଆରଡିଓ ସହ କାମ କରିଥିଲେ । କାତାର ଯିବା ପୂର୍ବରୁ ରାଜ୍ୟରେ ଥିବା ଷ୍ଟେଟ ଫାଇନାନ୍ସିଆଲ କର୍ପୋରେସନ ସହ କାମ କରୁଥିଲେ । ପରେ ସେ କାତାରରୁ କାନାଡା ଯାଇଥିଲେ । ସେଠାରେ ତାଙ୍କ ପତ୍ନୀ କାମ କରୁଥିବାରୁ ସେ ସେଠାକୁ ଯାଇଥିଲେ । କାନାଡାରେ ରହିବା ପରେ ସେ ରାଜନୀତି ସହ ଯୋଡି ହୋଇଥିଲେ ।