ଏହି ସମୀକରଣକୁ ସମାଧାନ କରିବାରେ ଅନେକ ଲୋକ ବିଫଳ ହୋଇଛନ୍ତି । ଆପଣ ଏହାକୁ ସମାଧାନ କରିପାରିବେ କି ?

41

ପ୍ରତି କିଛି ଦିନରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରାକାରର ବ୍ରେନଟିଜର ଦେଖିବାକୁ ମିଳିଥାଏ । ଯେଉଁଥିରେ ଗଣିତ ଭଳି କିଛି ପ୍ରଶ୍ନ କିମ୍ବା ଚିତ୍ରର ସମୀକରଣ ସମାଧାନ କରିବାକୁ ଦିଆଯାଇଥାଏ । ଯାହା ସମାଧାନ କରିବା ପାଇଁ ଲୋକମାନଙ୍କୁ ମଜ୍ଜା ଲାଗିଥାଏ । ଯେ ପର୍ଯ୍ୟନ୍ତ ଏହା ସମାଧାନ ହୋଇନଥାଏ ସେ ପର୍ଯ୍ୟନ୍ତ ଲୋକଙ୍କୁ ନିଦ ହୋଇନଥାଏ ।
ଦିଆଯାଇଥିବା ଏହି ସମୀକରଣରେ, ପ୍ରଥମ ତିନୋଟି ସମୀକରଣକୁ ଆଧାର କରି ଶେଷ ସମୀକରଣଟିକୁ ସମାଧାନ କରିବାକୁ ହେବ । ଏଥିରେ ଚାରୋଟି ସମୀକରଣ ଦିଆଯାଇଛି । ସେଥି ମଧ୍ୟରୁ ତିନୋଟି ସମୀକରଣର ପୂର୍ବରୁ ସମାଧାନ କରିଦିଆଯାଇଛି । ସେହି ତିନୋଟି ସମୀକରଣକୁ ଆଧାର କରି ଚତୁର୍ଥ ସମୀକରଣର ଉତର ବାହାର କରିବାକୁ ପଡିବ ।

ପ୍ରଥମ ସମୀକରଣରେ ତିନୋଟି ଫୁଟବଲ ଦିଆଯାଇଛି । ଦ୍ୱିତୀୟରେ ତିନୋଟି ଘଣ୍ଟା ଏବଂ ତୃତୀୟରେ ତିନୋଟି ଫ୍ୟାନ ରଖାଯାଇଛି । ଧ୍ୟାନଦେଲା ଭଳି କଥା ଏହିକି ଯେ, ଶେଷ ସମୀକରଣରେ ଗୋଟିଏ ଘଣ୍ଟା, ଗୋଟିଏ ବଲ ଏବଂ ଗୋଟିଏ ଫ୍ୟାନ ଦିଆଯାଇଛି । ଏଥି ମଧ୍ୟରେ ପୂର୍ବରୁ ଘଣ୍ଟାରେ ଇଙ୍ଗିତ କରାଯାଇଥିବା ସମୟକୁ ବଦଳାଇ ଦିଆଯାଇ, ଘଣ୍ଟା କଣ୍ଟାକୁ ୨ ଅଙ୍କ ଉପରେ ରଖାଯାଇଛି । ସେହିଭଳି ଫୁଟବଲରେ ୬ ଗୋଟି କଳା ବକ୍ସ ବଦଳରେ ୩ଟି ବକ୍ସ ରଖାଯାଇଛି । ଏବଂ ଫ୍ୟାନରେ ୪ଟି ପତ୍ର ବଦଳରେ ୩ଟି ପତ୍ର ଦିଆଯାଇଛି । ତେବେ ଆସନ୍ତୁ ଏହାକୁ ସମାଧାନ କରିବା ।

ତେବେ ଏହାର ଉତର ହେଉଛି ୩ । ଘଣ୍ଟାରେ ସମୟକୁ ବଦଳାଇ ଘଣ୍ଟା କଣ୍ଟାକୁ ୨ ଅଙ୍କ ଉପରକୁ ନିଆଯାଇଛି । ଦ୍ୱିତୀୟରେ ଫୁଟବଲରେ ୩ଟି କଳା ବକ୍ସ ରହିଛି । ଏବଂ ଶେଷରେ ଫ୍ୟାନରେ ୩ଟି ପତ୍ର ରହିଛି । ତେଣୁ ଉତର ହେଉଛି ୨ ଗୁଣନ ୩-୩ = ୩ ।