ପ୍ରବଳ ବରଫ ଝଡ଼ ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି କାଲିଫର୍ଣ୍ଣିଆ, ୩ ସହରରେ ଏମରଜେନ୍ସି ଘୋଷଣା

118

କନକ ବ୍ୟୁରୋ : ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ । ଝଡରେ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ ୭୦ହଜାରରୁ ଅଧିକ ଘରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗକୁ ଦୁଇ ଦିନ ପର୍ଯ୍ୟନ୍ତ ବରଫପାତ ହେବାର ଅନୁମାନ କରାଯାଉଥିବା ବେଳେ ଲୋକଙ୍କୁ ସତର୍କ କରିଦିଆଯାଇଛି । ସ୍ଥାନୀୟ ଅଂଚଳ ଗୁଡିକରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି