ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ବିରୋଧରେ ଏଫଆଇଆର ରୁଜୁ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ।

318

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ସମସ୍ତ ହିଂସା ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ହିଂସାରେ ପ୍ରଭାବିତ ପୀଡିତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଓ ରାସନ ଖର୍ଚ୍ଚ ମମତା ସରକାର ଯୋଗାଇବାକୁ କୋର୍ଟ କହିଛନ୍ତି ।

ଅନ୍ୟପଟେ ଏନଏଚଆରସି ଟିମର ତଦନ୍ତ ଅବଧିକୁ ବୃଦ୍ଧି କରି କୋର୍ଟ ଏହାକୁ ଜୁଲାଇ ୧୩ ପର୍ଯ୍ୟନ୍ତ ଜାରି ରଖିବାକୁ କହିଛନ୍ତି । ଜୁଲାଇ ୧୩ରେ ହେବ ମାମଲାର ଆଗାମୀ ଶୁଣାଣୀ । ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହିଂସାର ଶିକାର ହୋଇ ଅନେକ ଲୋକ ଅନ୍ୟରାଜ୍ୟକୁ ପଳାଇଛନ୍ତି ଓ ପ୍ରାଣ ଭୟରେ ଫେରିବାକୁ ଚାହୁଁନଥିବା ଅଭିଯୋଗ ହୋଇଥିଲା । ଏହାକୁ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ହିଂସା ମାମଲାର ତଦନ୍ତ କରିବା ପାଇଁ କୋର୍ଟ ଜାତୀୟ ମାନବାଧିକାର କମିଶନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।