କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ : ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ ସହ ଅନେକ ମନ୍ତ୍ରୀଙ୍କ ଇସ୍ତଫା । କାହାକୁ ପଦୋନ୍ନତୀ, କିଏ ନୂଆ ଚେହରା ନେଇ ଆଶଂକା

137

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳ ଆଜି ସନ୍ଧ୍ୟାରେ ସଂପ୍ରସାରଣ ହେବ । ସନ୍ଧ୍ୟା ୬ ଟାରେ ମନ୍ତ୍ରୀମାନେ ଶପଥ ନେବେ । ମୋଦୀ ସରକାରର କାର୍ଯ୍ୟକାଳ ୨ ବର୍ଷ ପୂରଣ ହେବା ପରେ ପ୍ରତମଥର ପାଇଁ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ ହେବାକୁ ଯାଉଛି । ଏହି ମନ୍ତ୍ରୀମଣ୍ଡଳରେ କିଛି ଯୁବ ଚେହେରାଙ୍କ ସହ ଅଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ ବି ପ୍ରଧାନମନ୍ତ୍ରୀ ଗୁୁରୁତ୍ୱ ଦେଇ ପାରିନ୍ତି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଂକ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ,  ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱନୀ ଚୌଧୁରୀ,ମହିଳା ଓ ବାଳ ବିକାଶମନ୍ତ୍ରୀ ଦେବୋଶ୍ରୀ ଚୌଧୁରୀ, ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ଶ୍ରମ ରାଜ୍ୟମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଶିକ୍ଷା ରାଜ୍ୟମନ୍ତ୍ରୀ ସଂଜୟ ଘୋତ୍ରେ, ବାବୁଲ ସୁପ୍ରିୟୋ,ପ୍ରତାପ ସଡଙ୍ଗୀ, ଓ ରତନ ଲାଲ କଟାରିଆ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ଏହାପୂର୍ବରୁ ଗତକାଲି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥାବରଚନ୍ଦ ଗହଲୋତ ମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି ।

ଅନ୍ୟପଟେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ ଅଗ୍ରାଧିକାର ଭିତିରେ ମନ୍ତ୍ରୀପଦ ଦିଆଯିବା ନେଇ ଆଶା କରାଯାଉଛି । ଆଗାମୀ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ୟୁପିର ୪ ଜଣଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ କଳ୍ପନା କରାଯାଉଛି । ସେମାନଙ୍କ ମଧ୍ୟରୁ ଅନୁପ୍ରିୟା ପଟେଲ ଓ ବିନୋଦ ସୋନକରଙ୍କ ନାମ ଆଗରେ ଥିବା କୁହାଯାଇଛି । ଏହାସହ ସାଂସଦ ଅଜୟ କୁମାର ମିଶ୍ର ଓ ରାଜ୍ୟସଭା ସାଂସଦ ବିଏଲ ବର୍ମାଙ୍କ ନାମ ଲିଷ୍ଟରେ ସାମିଲ ହୋଇଥିବା କୁହାଯାଉଛି । ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚି ସାରିଛନ୍ତି ।