ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ : ୫ଶହ ନୂଆ ପଂଚାୟତ ସହ ହେଲଥ୍ ୟୁନିଭରସିଟି ପ୍ରତିଷ୍ଠା ଉପରେ ଲାଗିଲା ମୋହର

26

ଭୁବେନଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ  ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା , ଗ୍ରାମ ପଂଚାୟତ ଆଇନରେ ସଂଶୋଧନ ପ୍ରସ୍ତାବ ମଧ୍ୟ କ୍ୟାବିନେଟ ବୈଠକରେ ଆଗତ ହୋଇଥିବା ଜଣାପଡିଛିି । ଏହି ସଂଶୋଧିତ ଆଇନ୍ ବଳରେ ପ୍ରାୟ ୫ଶହ ନୂଆ ପଂଚୟତ ଗଠନ କରାଯିବାର ସମ୍ଭାବନା ରହିଛି । ସେହିପରି ବିହାର ଓଡିଶା ତୀର୍ଥ ସ୍ଥାନ ଆଇନର ସଂଶୋଧନ ପ୍ରସ୍ତାବ, କୃତି କ୍ରିଡାବିତଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି । ଏହାସହ ସମବାୟ ବିଭାଗ ପକ୍ଷରୁ ଆସିଥିବା ଆସ୍କା ଚିନିକଳ ପାଇଁ ୧୫ କୋଟି ଟଙ୍କାର କ୍ୟାସ କ୍ରେଡିଟ ଲୋନ ପ୍ରସ୍ତାବ ମଂଜୁରୀ ହୋଇଥିବା ସୂଚନା ରହିଛି ।