କପଡା ଉଦ୍ୟୋଗ ପାଇଁ କ୍ୟାବିନେଟ ମଞ୍ଜୁରୀ: ୫ ବର୍ଷରେ ୧୦ ହଜାର କୋଟିର ପ୍ୟାକେଜ ଦେବେ ସରକାର

104

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ବୟନ ଶିଳ୍ପକ୍ଷେତ୍ରରେ କ୍ୟାବିନେଟରେ ପିଏଲଆଇ ପିଏଲଆଇକୁ ମଞ୍ଜୁରୀ ଦିଆଯାଇଛି । ୧୦ ଅଲଗା ଅଲଗା ଉତ୍ପାଦନ ପାଇଁ ପ୍ୟାକେଜ ଦେବେ ସରକାର । ୫ ବର୍ଷରେ ୧୦ ହଜାର ୬୮୩ କୋଟିର ପ୍ୟାକେଜ ଦେବେ ସରକାର ।

ଏହି ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋଏଲ ଓ ଅନୁରାଗ ଠାକୁର ପ୍ରେସ କନଫରେନ୍ସ କରି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ । ପିୟୁଷ ଗୋଏଲ କହିଥିଲେ କି, କପଡା ଉଦ୍ୟୋଗ ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତି ଅନେକ ଲୋକଙ୍କୁ ରୋଜଗାର ଦେବ ।

ଆହୁରି ମଧ୍ୟ କହିଥିଲେ ଯେ, ଏହି ସ୍କିମ ମୁଖ୍ୟତଃ ଗୁଜୁରାଟ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ. ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ରାଜ୍ୟ ଲାଭ ପାଇପାରିବେ ।