କ୍ୟାବ୍, ଅଟୋ ପାଇଁ ନୂଆଁ ନିୟମ : ମନଇଚ୍ଛା ବ୍ରେକ୍ ମାରିଲେ ଦେବାକୁ ପଡିବ ଭାରୀ ଜରିମାନା

କ୍ୟାବ୍, ଅଟୋ ପାଇଁ ନୂଆଁ ନିୟମ : ମନଇଚ୍ଛା ବ୍ରେକ୍ ମାରିଲେ ଦେବାକୁ ପଡିବ ଭାରୀ ଜରିମାନା

କନକ ବ୍ୟୁରୋ: ଯଦି ଆପଣ ତାମିଲନାଡୁରେ ରହୁଛନ୍ତି, ଏବଂ ରାସ୍ତାରେ ବେଧଡକ୍ ଗାଡି ଚଳାଉଛନ୍ତି ତାହେଲେ ଆପଣଙ୍କ ଉପରେ ଏବେ ଲାଗିବ ଲଗାମ୍ । କାରଣ ଏଠିକାର ରାଜ୍ୟ ସରକାର ଟ୍ରାଫିକ୍ ନିୟମକୁ କଡକଡି କରିଛନ୍ତି । ଶୁକ୍ରବାରଠାରୁ ଏଠିକାର ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ହୋଇଛି । ଏହାକୁ ନମାନିଲେ ତଣ୍ଡ ଗଣିବାକୁ ପଡିବ ।

ତାମିଲନାଡୁରେ ଆଜିଠାରୁ ଯାତ୍ରାୟାତ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ କ୍ୟାବ୍ ଓ ଅଟୋ ଡ୍ରାଇଭରଙ୍କ ଖାମଖିଆଲି କାମ ଉପରେ ଲଗାମ ଲଗାଇବ । ଏହି ନିୟମ ଅନୁସାରେ ଯଦି କୌଣସି କ୍ୟାବ୍ ବା ଅଟୋ ଡ୍ରାଇଭର ଅଯଥାରେ ରାସ୍ତା ମଝିିରେ ହଠାତ୍ ବ୍ରେକ୍ ମାରନ୍ତି ବା ଚାରିପଟକୁ ନଦେଖି ହଠାତ୍ ବ୍ରେକ୍ ମାରନ୍ତି ତେବେ ଜରିମାନା ଦେବେ । ଏହାସହ ଯାତ୍ରୀଙ୍କୁ ଧାର୍ଯ୍ୟ ସ୍ଥାନରେ ପହଞ୍ଚାିବାକୁ ମନା କରନ୍ତି କିମ୍ବା ରାଇଡ୍ କ୍ୟାନସଲ କରନ୍ତି ତେବେ ଡ୍ରାଇଭର ଉପରେ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ଜରିମାନା ଲାଗୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe