ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୮ ରନରେ ଆଗୁଆ

181

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୦ ଓଭର ଖେଳି ୮୫ରନରେ ୨ଟି ୱିକେଟ ହରାଇଛି । ଏହାସହ ଭାରତ ଏବେ ୫୮ ରନରେ ଆଗୁଆ ରହିଛି । କାଲି ପୁଣି ଆରାତ ଖେଳ ଆରମ୍ଭ କରିବ । ଭାରତ ପକ୍ଷରୁ ପୂଜାରା ଓ ରାହାଣେ ବ୍ୟାଟିଂ କରୁଛନ୍ତି ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ବିଫଳ ହୋଇଥିଲା । ଭାରତ ପକ୍ଷରୁ କେବଳ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଅଶ୍ୱିନୀ ୪୬, ମୟଙ୍କ ଅଗ୍ରୱାଲ ୨୬, ହନୁମା ବିହାରୀ ୨୦ କରିଥିଲେ । ଫଳରେ ଦଳ ୨୦୨ରନରେ ଅଲ ଆଉଟ ହୋଇଯାଇଥିଲା ।

ସେହିପରି ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ମଧ୍ୟ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କିଗାନ ପିଟିରସେନ ୬୨, ବାଭୁମା ୫୧ ଓ ଡିନ ଏଲଗାର ୨୮ ରନ କରିଥିଲେ ମଧ୍ୟ ଦଳ ବିଫଳ ହୋଇଥିଲା । ଦଳ ମାତ୍ର ୨୨୯ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୭ ୱିକେଟ ନେଇଥିଲେ ।