୧୦୦ ବର୍ଷର ଭୋଟର ! ବିଜେପୁର ଉପନିର୍ବାଚନରେ ଭୋଟ ଦେଇ ନିଜ ମତଦାନ ସାବ୍ୟସ୍ତ କଲେ ଶହେ ବର୍ଷୀୟ ଲୋଚନ ନାଏକ

368

କନକ ବ୍ୟୁରୋ: ବିଜେପୁର ଉପନିବର୍ରାଚନ ପାଇଁ ଜାରି ରହିଛି ଭୋଟିଂ । ମତ ଦେଇ ନିଜ ଅଂଚଳର ନେତା ବାଛୁଠନ୍ତି ବିଜେପୁରବାସୀ । ତେବେ ମୈଦାନରେ ତିନି ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ପୂରା ରାଜ୍ୟର ନଜର ରହିଛି ବିଜେପୁର ଉପନିର୍ବାଚନ ଉପରେ । ବିଜେପୁରର ଶାସନ ଗାଦିରେ କିଏ ବସିବ ସେନେଇ ଏବେ ସସପେନ୍ସ ଜାରି ରିହିଛି । ଗୋଟିଏ ପଟେ ବିଜେଡି ପାଇଁ ବିଜେପୁର ସମ୍ମାନର ଲଢେଇ ହୋଇଥିବା ବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟ ଶାସନ ଦଳକୁ କଡା ଟକ୍କର ଦେବାକୁ ଯାଉଛି । ଏଥିପାଇଁ ସବୁ ଦଳର ହେଭିୱେଟ ନେତା ଏହି ନିର୍ବାଚନ ମଣ୍ଡଳି ପାଇଁ ଝାଳ ବୁହାଇଗଦେଇଛନ୍ତି । ତେବେ ଏସବୁ ଭିତରେ ସମସ୍ତଙ୍କର ନଜର ରହିଥିଲା ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିବା ଜଣେ ଶତାୟୁ ଭୋଟରଙ୍କ ଉପରେ । ଯାହାଙ୍କ ପାଇଁ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଥିଲ।। ଏପରିକି ଭୋଟ କେନ୍ଦ୍ରକୁ ତାଙ୍କୁ ନେଇଯିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବରପାଲି ବ୍ଲକର ଅଗଲପୁର ବୁଥରେ ଭୋଟ ଦେଇଛନ୍ତି ଏହି ଶହେ ବର୍ଷୀୟ ବୃଦ୍ଧ ଲୋଚନ ନାଏକ । ତେବେ ବଡ କଥା ହେଲା କି ବୟସର ଅପରାହ୍ମରେ ବି ଭୋଟ ଦେବାକୁ ତାଙ୍କ ମନରେ ଭରି ରହିଥିଲା ପ୍ରବଳ ଉତ୍ସାବ । ଆଉ ଭୋଟ ଦେଇ ବିଜେପୁରର ସବୁଠାରୁ ଅଧିକ ବୟସର ମତଦାତା ଭାବେ ଭୋଟ ଦେଇ ରେକର୍ଡ କରିଛନ୍ତି ଲୋଚନ । ବୟସ ସିନା ଶହେ ପାର କରିଛି କିନ୍ତୁ ମତଦାନ କରିବା ପାଇଁ ଲୋଚନଙ୍କ ମନ ଭିତରେ ଉତ୍ସାହ ଭରି ରହିଛି । ଖାସ ଏଇଥି ପାଇଁ ତାଙ୍କ ପାଇଁ ପ୍ରଶାସନ ତରପରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏପରିକି ବୟସାଧିକ କାରଣରୁ ମତଦାନ କେନ୍ଦ୍ରରେ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଉ ଲୋଚନଙ୍କ ମତଦାନ ଦେବାର ଏଭଳି ଆଗ୍ରହ ଅନ୍ୟ ମତଦାତାଙ୍କ ପାଇଁ ସନ୍ଦେଶ ଦେଇ ଯାଇଛନ୍ତି ।

ବିଜେପୁର ନିର୍ବାଚନ ମଣ୍ଡଳିରେ ମୋଟ ୨୮୫ଟି ବୁଥରେ ମତଦାନ ଚାଲିଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି । ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ତେବେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ଭୋଟ କେନ୍ଦ୍ର ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯାଉଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ ।