ଭାରତର କରୋନା ସ୍ଥିତି ନେଇ ବ୍ରିଟିଶ ପତ୍ରିକା ଲାନସେଟ ଦେଲା ଏମିତି ତଥ୍ୟ । କହିଲା, ଅଗଷ୍ଟ ୧ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ

394

କନକ ବ୍ୟୁରୋ: ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁବ । ଭାରତରେ କରୋନାର ଜରୁରି ସ୍ଥିିତି ସମ୍ପର୍କରେ ସମ୍ପାଦକୀୟ ଲେଖି ଏଭଳି ସ୍ଥିିତି ତଥ୍ୟ ଦେଇଛି ବ୍ରିଟିଶ ସ୍ୱାସ୍ଥ୍ୟ ପତ୍ରିକା ଲାନ୍ସେଟ୍ । ସେହିପରି କରୋନାର ପ୍ରଥମ ଲହରିରେ ଭାରତକୁ ମିଳିଥିବା ସଫଳତାକୁ ଭାରତ ହାତ ଛଡ଼ା କରିବା ସହ ନିଜ ଆଡୁ ଦ୍ୱିତୀୟ ଲହରି ପାଇଁ ବିପଦ ଡାକି ଆଣିଛି ବୋଲି ସମ୍ପାଦୀୟରେ ଲେଖିଛି । ଏହାରି ଭିତରେ ଓଡ଼ିଶା ଓ କେରଳର କୋଭିଡ୍ ପ୍ରସ୍ତୁତିକୁ ପ୍ରଶଂସା କରିଛି ଲାନ୍ସେଟ୍ । ଓଡ଼ିଶା ଓ କେରଳ ପ୍ରସ୍ତୁତ ରହିବା ସହ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇ ଆବଶ୍ୟକ କରୁଥିବା ରାଜ୍ୟକୁ ପଠାଇଛନ୍ତି । କିନ୍ତୁ ମହାରାଷ୍ଟ୍ର ଓ ଉତରପ୍ରଦେଶ ଭଳି ରାଜ୍ୟ ପ୍ରସ୍ତୁତ ନଥିବାରୁ କରୋନା ସଂକ୍ରମଣ ଅଚାନକ୍ ବଢ଼ିଥିବା ଲେଖିଛି ଲାନ୍ସେଟ୍ । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ସବଦ୍ଧନଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ସବଦ୍ଧନ ଦେଇଥିବା ‘ଏଣ୍ଡଗେମ୍’ ମନ୍ତବ୍ୟକୁ ମଧ୍ୟ ସମ୍ପାଦକୀୟ ଲେଖାରେ ସ୍ଥାନ ଦେଇଛି ଲାନ୍ସେଟ୍ ।

ଭାରତରେ କରୋନାର ଖେଳ ସରିଯାଇଛି, କିଛି ଏହି ମର୍ମରେ କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଗତମାର୍ଚ୍ଚ ମାସରେ, ଯେଉଁ ବୟାନ ରଖିଥିଲେ, ଠିକ୍ ସେହି ବୟାନକୁ ଉଦ୍ଧାର କରି ବ୍ରିଟିଶ୍ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ ଯେଉଁ ସମ୍ପାଦକୀୟ ଲେଖିଛି, ତାହା ଭାରତର କରୋନା ସ୍ଥିତିର ଦୟନୀୟତାକୁ ପ୍ରକାଶ କରୁୁଛି ।

କରୋନର ଦ୍ୱିତୀୟ ଲହରି ନେଇ ଆକଳନ ଥିବା ସତ୍ୱେ ଧାର୍ମିକ ସମାବେଶ ଓ ନିର୍ବାଚନୀ ସମାବେଶ, ଭାରତର ସ୍ଥିତିକୁ ଅଣାୟତ କରିଦେଇଛି ବୋଲି ଲାନ୍ସେଟ୍ ନିଜ ସମ୍ପଦକୀୟରେ ଲେଖିଛି । ସେହିପରି କରୋନା ମୁକାବିଲାକୁ ନେଇ ଆଲୋଚନା କରିବା ପରିବର୍ତେ ସମାଲୋଚନାକୁ ଚାପି ଦେବା ନେଇମୋଦିଙ୍କ ଉଦ୍ୟମ ଅକ୍ଷମଣୀୟ ବୋଲି ଲାନ୍ସେଟ୍ ଲେଖିଛି ।

ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ଲାନ୍ସେଟ୍ କଡ଼ା ସମାଲୋଚନା କରିଛି । ଆଉ ଏହାରି ଭିତରେ, ଭାରତର କରୋନା ମୃତ୍ୟୁୂ ନେଇ ଯେଉଁ ଆଳକନ କରାଯାଇଛି ତାହା ସମସ୍ତଙ୍କୁ ଚକିତ କରିଦେଉଛି । ଏଥିରେ ଲେଖାଯାଇଛି, ଅଗଷ୍ଟ ୧ ତାରିଖ ସୁଦ୍ଧା ଭାରତରେ କୋଭିଡ ମୃତ୍ୟୁ ୧୦ ଲକ୍ଷ ପହଂଚିଯିବ ।

କରୋନା ଯୋଗୁଁ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳୀନ ସ୍ଥିତି ପାଇଁ ୨ଟି ମୁକାବିଲାର ରାସ୍ତା ମଧ୍ୟ ଦେଖାଇଛି ଲାନ୍ସେଟ୍ । ପ୍ରଥମ ରାସ୍ତା: ଟିକାରକରଣ । ଦ୍ୱିତୀୟ ରାସ୍ତା: ସଂକ୍ରମଣ ରୋକିବା ।

ପ୍ରଥମ ରାସ୍ତା: ଟିକାରକରଣ
– ଭାରତରେ ମାତ୍ର ୨% ଟିକାକରଣ ହୋଇଥିବାରୁ ଏହାର ମାତ୍ରାକୁ ବଢ଼ାଇବାକୁ ପଡ଼ିବ
– ଟିକା ଯୋଗାଣ ଓ ଟିକାକରଣକୁ ଉଭୟ ଗ୍ରାମାଚଂଳ ଓ ସହରାଚଂଳରେ ବଢ଼ାଇବାକୁ ହେବ
– ୬୫% ଜନସଂଖ୍ୟା ଗରିବ ଓ ଗ୍ରାମାଚଂଳର ହୋଇଥିବାରୁ ତଳସ୍ତରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ
ଟିକାକରଣ ବାହାରେ ସଂକ୍ରମଣ ରୋକିବା ଉପରେ ମଧ୍ୟ ଲାନସେଟ୍ ଗୁରୁତ୍ୱ ଦେଇଛି ।

ଦ୍ୱିତୀୟ ରାସ୍ତା: ସଂକ୍ରମଣ ରୋକିବା
– କରୋନା ସଂକ୍ରମଣ ସମ୍ପର୍କରେ ସରକାର ଲୋକଙ୍କୁ ସଠିକ୍ ତଥ୍ୟ ଦେଇ ସଚେତନ କରିବେ
– ଭୂତାଣୁ ସମ୍ପର୍କରେ ଜାଣିବା ଏବଂ ସଂକ୍ରମଣ ରୋକିବା ପାଇଁ ଜେନମ୍ ସିକ୍ୱେନ୍ସିଂ କରିବା
– ଆବଶ୍ୟକ ସ୍ଥଳେ ସଂକ୍ରମଣ ରୋକିବାକୁ ସାରା ଭାରତରେ ଲକ୍ଡାଉନ୍ ଭଳି ନିଷ୍ପତି ନେବା
ଭଳି ପ୍ରସ୍ତାବ ଦେଇଛି ବ୍ରିଟିଶ ସ୍ୱାସ୍ଥ୍ୟ ପ୍ରତ୍ରିକା ଲାନ୍ସେଟ ।