କନକ ବ୍ୟୁରୋ: ରାଜ୍ୟରେ ସକାଳୁ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି । ଅସମ୍ଭାଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ସକାଳ ସାଢେ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ ୩୩.୪ ଡିଗ୍ରୀ, ଝାରସୁଗୁଡା ଓ ବାରିପଦା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱର ୩୨.୨, ଭୁବନେଶ୍ୱର ୩୧.୮ ଡିଗ୍ରୀ ତାପମାତ୍ରା ରହିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ତାତିରେ ଆଉଟ ପାଉଟୁ ହେଉଛନ୍ତି ଲୋକେ ।