କେବଳ ଧନୀଲୋକ  ହିଁ ନୁହଁନ୍ତି ଆପଣ ବି କିଣିପାରିବେ ଡାଇମଣ୍ଡ, ମିଳୁଛି ମାତ୍ର ୯୦୦ ଟଙ୍କାରେ 

ଏହି ସୁଯୋଗ ଇଣ୍ଡିଆନ୍ କୋମୋଡିଟି ଏକ୍ସଚେଂଜ(ICEX) ଜରିଆରେ ରିଟେଲ କ୍ରେତାଙ୍କୁ ଦେଉଛି

199

ଅଧିକାଂଶ ଲୋକଙ୍କ ପାଇଁ ଡାଇମଣ୍ଡ କିଣିବା ସ୍ୱପ୍ନ ଭଳି, କିନ୍ତୁ ଏବେ  ଏହି ସ୍ୱପ୍ନକୁ ସହଜରେ ପୁରା କରାଯାଇପାରିବ । ଏବଂ ତାହା ପୁଣି ମାତ୍ର ୯୦୦ ଟଙ୍କା ପ୍ରତି ମାସ ନିବେଶରେ । ଏହି ସୁଯୋଗ ଇଣ୍ଡିଆନ୍ କୋମୋଡିଟି ଏକ୍ସଚେଂଜ(ICEX) ଜରିଆରେ ରିଟେଲ କ୍ରେତାଙ୍କୁ ଦେଉଛି । ଏହା ଜରିଆରେ ମାତ୍ର ୩୦ ମାସରେ ଆପଣଙ୍କ ପାଖରେ ୩୦ ସେଣ୍ଟ ଡାଇମଣ୍ଡ ପହଂଚିଯିବ । 

ଡାଇମଣ୍ଡ ଏସଆଇପି ସ୍କିମ୍ ଅଧିନରେ କ୍ରେତାଙ୍କୁ (ICEX)ର ବ୍ରୋକର ପାଖରେ ନିଜର ଏକ ଟ୍ରେଡିଙ୍ଗ ଆକାଉଣ୍ଟ ଖୋଲିବାକୁ ପଡିବ । ଏହାପରେ ବ୍ରୋକର ପାଖରେ କିଛି ଟଙ୍କା ଜମା କରାଇବାକୁ ହେବ । ଏହା ସହିତ ଏହା ବି ଜଣାଇବାକୁ ପଡିବ  ଯେ, ବ୍ରୋକର ପ୍ରତି ମାସର କେଉଁ ତାରିଖରେ ଡାଇମଣ୍ଡ କିଣିବ ।

ICEX ତିନି ଭିନ୍ନ ଭିନ୍ନ ଆକାରର ହୀରାର ଟ୍ରେଡିଙ୍ଗ ଆରମ୍ଭ କରିବାକୁ ଯାଉଛି-୩୦ ସେଣ୍ଟ, ୫୦ ସେଣ୍ଟ ଓ ୧୦୦ ସେଣ୍ଟ  ଅର୍ଥାତ୍ ୧ କ୍ୟାରେଟ୍ । ଷ୍ଟକ୍ ମାର୍କେଟ ଭଳି ଡାଇମଣ୍ଡ କଣ୍ଟ୍ରାକ୍ଟ ବି ଡିମେଟ୍ ଫର୍ମରେ ହିଁ ହେବ ।

ଏହି ସମୟରେ ୩୦ ସେଣ୍ଟ ହୀରାର ମୂଲ୍ୟ ପାଖାପାଖି ୨୭,୦୦୦ ଟଙ୍କା । ଏସଆଇପି ଅଧିନରେ ଗ୍ରାହକ ପ୍ରତି ମାସରେ ୧ ସେଣ୍ଟ ର ମୂଲ୍ୟ ପାଖାପାଖି ୯୦୦ ଟଙ୍କା ଜମା କରିପାରିବେ । ଯେବେ ମୂଲ୍ୟ ୩୦ ସେଣ୍ଟ । ସମାନ ହୋଇଯିବ, ତେବେ ଗ୍ରାହକ ତାକୁ ନେଇପାରିବେ । କିନ୍ତୁ ଏହା ପାଇଁ ତାଙ୍କୁ ଲଗାତାର ୩୦ ମାସ ପର୍ଯ୍ୟନ୍ତ ଏସଆଇପି କରିବାକୁ ପଡିବ । ଏହି ପ୍ରକାରରେ ୫୦ ସେଣ୍ଟ ର ଡାଇମଣ୍ଡ ପାଇଁ ୫୦ ମାସ ଓ ୧୦୦ ସେଣ୍ଟର ଡାଇମଣ୍ଡ ପାଇଁ ୧୦୦ ମାସ ଏସଆଇପି କରିବାକୁ ହେବ ।