କନକ ବ୍ୟୁରୋ: ରାସ୍ତାରେ ଛିଡ଼ା ହୋଇଛି ଗାଡି । ସ୍କୁଟିରେ ଲଦା ହୋଇଛି ସାମଗ୍ରୀ । ବିକ୍ରି କରିଥାନ୍ତେ, ଅର୍ଥ ରୋଜଗାର କରିଥାନ୍ତେ । ପରିବାର ପ୍ରତିପୋଷଣ ହୋଇଥାନ୍ତା । ହେଲେ ନିୟତିର ନିୟମ କିନ୍ତୁ ଅଲଗା ଥିଲା । ହୃଦଘାତ ଯୋଗୁ ଚାଲିଗଲା ଜୀବନ । ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ।

Advertisment

ଆନ୍ଧ୍ରର ଜବାହରଲାଲ ଯାଦବ ନାମକ ଜଣେ ଫେରିବାଲା ବ୍ୟବସାୟ କରିବାକୁ ସ୍କୁଟିରେ ସାମଗ୍ରୀ ଧରି ଯାଉଥିଲେ । ହେଲେ ହୃଦଘାତ ଯୋଗୁ ସେ ରାସ୍ତାରେ ଟଳିପଡ଼ିଥିଲେ । ମୁଣ୍ଡରେ ହେଲ୍ମେଟ୍ ଲାଗିଛି, ହାତରେ ଧରିଛନ୍ତି ପାଣି ବୋତଲ । ରାସ୍ତାରେ ପଡ଼ି ଚାଲିଯାଇଛି ଜୀବନ । ପ୍ରଥମେ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କୁହାଯାଉଥିଲା । ତାଙ୍କୁ ଡାକ୍ତରଖାନା ନେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।