ଆଂଶିକ କଟକଣା ଭିତରେ ବଡ ଖବର । ସମଗ୍ର ରାଜ୍ୟରେ କାଲିଠାରୁ ଚାଲିବ ବସ୍

729

କନକ ବ୍ୟୁରୋ: ଆଂଶିକ କଟକଣା ଭିତରେ ରାଜ୍ୟବାସୀଙ୍କ ପାଇଁ ବଡ ଖବର । ସମଗ୍ର ରାଜ୍ୟରେ ଆସନ୍ତାକାଲିଠାରୁ ବସ ଚାଲିବ । ସେପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ସେହିପରି ଅଗଷ୍ଟ ୧ ତାରିଖ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି ।

ଏହି ଆଂଶିକ ଲକଡାଉନ ବେଳେ ରାଜ୍ୟରେ କିଛି କଟକଣା କୋହଳ କରାଯାଇଛି । ଯେମିତିକି ରାଜ୍ୟରେ କାଲିଠୁ ବସ ଚଳାଚଳ କରିବ । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ନିର୍ଦ୍ଦାରିତ ସମୟ ମଧ୍ୟରେ ଚାଲିବ । ସେହିପରି ଜିମ୍, ବିୟୁଟିପାର୍ଲର, ସ୍ପା ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।