କନକ ବ୍ୟୁରୋ : ଚାରିଆଡେ ମୁସଳଧାରା ବର୍ଷା ଲାଗି ରହିଛି । କେତେକ ରାଜ୍ୟରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ମଧୟ ସୃଷ୍ଟି ହୋଇଛି । ଖାସକରି ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ଗାଁ ଗାଁରେ ପାଣି ପଶିଛି, ଘରେ ପାଣି ଲହଡି ଭାଙ୍ଗୁଛି ଆଉ ଲୋକେ ବାସହରା ହୋଇଯାଇଛନ୍ତି । ଏହାରି ଭିତରେ ଆଉ ଏକ ଖବର ସମ୍ନାକୁ ଆସିଛି ।

Advertisment

ହରିଦ୍ୱାର ଯାତ୍ରା କରୁଥିବା ବସ୍ ନଦୀରେ ଫସିଯାଇଛି । ବିଜନୋରର କୋଟାବାଲି ନଦୀର ଜଳସ୍ଥର ଲଗାତାର ବଢିବାକୁ ଲାଗିଥିବା ବେଳେ ନଦୀର ତୀବ୍ର ଶ୍ରୋତରେ ଫସିଯାଇଛି ବସ୍ । ଏହି ବସରେ ପ୍ରାୟ ୪୦ଜଣ ଯାତ୍ରୀ ହରିଦ୍ୱାର ଯାତ୍ରା କରୁଥିଲେ । ନଦୀରେ ବସ୍ ଫସିବା ପରେ ଲୋକେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । ଶେଷରେ ପ୍ରଶାସନ ନଦୀରୁ ଲୋକଙ୍କ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ଜେସିବି ସାହାଯ୍ୟରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ବସକୁ ମଧ୍ୟ ନଈରୁ ବାହାର କରାଯାଇଛି