ନଗଡ଼ାକୁ ଗଡିଲା ବସ : ଦୁର୍ଗମ ପାହାଡୀ ଇଲାକାର ନଗଡ଼ା ଅଧିବାସୀଙ୍କ ଗମନାଗମନ ପାଇଁ ବସ୍ ସେବା ଆରମ୍ଭ

63

କନକ ବ୍ୟୁରୋ : ନଗଡ଼ାକୁ ଗଡିଲା ବସ । ରାଜ୍ୟର ପ୍ରମୁଖ ଅଂଚଳରୁ ନଗଡ଼ାକୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ଦୁର୍ଗମ ପାହାଡୀ ଇଲାକାରେ ରହୁଥିବା ନଗଡ଼ା ଅଧିବାସୀଙ୍କ ଗମନାଗମନ ସୁବିଧା ପାଇଁ ବସ୍ ସେବା ଆରମ୍ଭ ହୋଇଛି । କାଳିଆପାଣି ଖଣି ଅଂଚଳ ଓ କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର, ପାଣିକୋଇଲି, କୁଆଖିଆ ଜାରକା ଓ ଚଣ୍ଡିଖୋଲ ଆଦି ଅଂଚଳରୁ ଏହି ବସ ଯାତାୟତ କରିବ ।

ଗତବର୍ଷ ଅପପୁଷ୍ଟିରେ ନଗଡ଼ାର ୧୯ଜଣ ଶିଶୁ ପ୍ରାଣ ହରାଇଥିଲେ । ବର୍ତମାନ ସୁଦ୍ଧା ଏଠାରେ ୨୪ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ଶିଶୁ ମୃତ୍ୟୁକୁ ନେଇ ନଗଡ଼ା ଚର୍ଚ୍ଚାକୁ ଆସିବା ପରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ନଗଡ଼ାର ଦୁର୍ଗମ ପାହାଡୀ ଇଲାକାରେ ବସବାସ କରୁଥିବା ଜୁଆଙ୍ଗ ପରିବାର ଗମନାଗମନର ଅସୁବିଧା କାରଣରୁ ଡାକ୍ତରଖାନାକୁ ଆସିପାରୁନଥିଲେ । ଏପରିକି ସରକାରୀ ଯୋଜନା ମଧ୍ୟ ନଗଡ଼ାବାସୀଙ୍କ ପାଇଁ ଅପହଂଚ ହୋଇପଡିଥିଲା । ଆଜି ବସ୍ ସେବାକୁ ଆରମ୍ଭ କରିଛନ୍ତି ବିଧାୟକ ପ୍ରୀତିରଂଜନ ଘଡାଇ ଓ ଜିଲ୍ଲାପାଳ ରଂଜନ କୁମାର ଦାସ  ।