ପୁରୀ ଯାଉଥିବା ବେଳେ ଦୁର୍ଘଟଣା ! ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା କଣ୍ଟେନର, ୪ ଗୁରୁତର

ପୁରୀ ଯାଉଥିବା ବେଳେ ଦୁର୍ଘଟଣା ! ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା କଣ୍ଟେନର, ୪ ଗୁରୁତର

କନକ ବ୍ୟୁରୋ : ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା କଣ୍ଟେନର । ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୬୦ନଂ ଏନଏଚ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ତୀର୍ଥ ଯାତ୍ରୀ ବସଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିଲା । ସେପଟେ, କଣ୍ଟେନର ଡ୍ରାଇଭର ଓ ହେଲପର ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ବୀରଭୂମି ଜିଲ୍ଲା ମୁରରୋଇ ଅଞ୍ଚଳରୁ ୫୦ରୁ ଅଧିକ ତୀର୍ଥଯାତ୍ରୀ ରଘୁନ୍ନାଥ ବସ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । ଆଉ ଏହି ସମୟରେ ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲ ପ୍ଲାଜା ପୂର୍ବରୁ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କେଣ୍ଟନର ଧକ୍କା ଦେଇଥିଲା । ଯାହା ଫଳରେ ପଛ ସିଟରେ ବସିଥିବା ୪ ଜଣ ଯାତ୍ରୀ ଚାପି ହୋଇ ଯାଇଥିଲା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି ।  ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ, ରାଜପଥ କର୍ମଚାରୀ ଚାପି ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe