ପୋଲ ଉପରୁ ନଦୀକୁ ଖସିଲା ବସ୍ , ୧୨ମୃତ : ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

1,088

କନକ ବ୍ୟୁରୋ : ନଦୀକୁ ଖସିଲା ଯାତ୍ରୀବୀହୀ ବସ୍ । ମଧ୍ୟପ୍ରଦେଶର ଧର ଜିଲ୍ଲାର ଇନ୍ଦୋର-ଖରଗୋନ ମଧ୍ୟରେ ଏପରି ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସକାଳ ୧୦ ରୁ ୧୦.୧୫ ମଧ୍ୟରେ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏହି ବସ୍ ଇନ୍ଦୋରରୁ ମହାରାଷ୍ଟ୍ରର ଅମାଲନର୍ ଯାଉଥିଲା । ବସରେ ମହିଳା ଏବଂ ଶିଶୁଙ୍କ ସମେତ ୫୫ ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି । ଏଥିମଧ୍ୟରେ ୮ ପୁରୁଷ, ୪ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି ।

ଗୃହମନ୍ତ୍ରୀ ନରୋତମ ମିଶ୍ର ମଧ୍ୟ ୧୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ଦାବି କରିଛନ୍ତି । ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ । ବ୍ରିଜ ଉପରେ ବସଟି ଓଭରଟେକ୍ କରିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ନଦୀକୁ ଖସିପଡିଥିବା ସୂଚନା ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗର ।

ଉଭୟ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଫୋନରେ କଥା ହୋଇଛନ୍ତି । ଘଟଣା ସ୍ଥଳରୁ ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ୮୦ କିଲୋମିଟର ଦୂରରେ ରହିଛି । ଜିଲ୍ଲାପାଳ, ଏସପି ପହଂଚି ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ନେଇ ତଦାରଖ କରିଛନ୍ତି । ସେହିପରି ଏନଡିଆରଏଫ ଟିମ୍ ପହଂଚି ନଦୀରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ।