ଘାଇ ତଳକୁ ଖସିପଡିଲା ବସ୍ । ୬ ଶିଶୁଙ୍କ ସମେତ ୧୬ରୁ ଅଧିକ ଯାତ୍ରୀ ମୃତ, ଉଦ୍ଧାରକାର୍ଯ୍ୟ ଜାରି

27

ତେଲେଙ୍ଗାନାରେ ମର୍ମନ୍ତୁଦ ବସୁ ଦୁର୍ଘଟଣା । ତେଲେଙ୍ଗାନାର ଜାଗତିଆଲ ଅଞ୍ଚଳରେ ଏକ ସରକାରୀ ବସ ଘାଟି ତଳକୁ ଖସିପଡିବା ଫଳରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୬ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହାସହ ୩୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କୋଣ୍ଡାଗାଟ୍ଟୁରୁ ଜାଗତିଆଲ ଅଭିମୁଖେ ଆସୁଥିବା ବସ୍ ସାନିଭାରପେଟ ଗ୍ରାମ ନିକଟରେ ଥିବା ଘାଟି ନିକଟରେ ଭାରସମ୍ୟ ହରାଇ ତଳକୁ ଖସି ପଡିଥିଲା । ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ଏହି ବସରେ ଯାତ୍ରା କରୁଥିଲେ । ଦିନ ପ୍ରାୟ ୧୧.୪୫ରୁ ୧୨ଟା ମଧ୍ୟର ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।