ଶହେ ଫୁଟ ଘାଟିକୁ ଖସିଲା ପର୍ଯ୍ୟଟକଙ୍କ ବସ୍ । ୪ମୃତ, ୧୯ରୁ ଅଧିକ ଗୁରୁତର 

96

କନକ ବ୍ୟୁରୋ : କୋରାପୁଟ୍ ସୀମା ବିଶାଖାପଟଣାର ଆରକୁ ଘାଟିରେ ବଡ ଅଘଟଣ ଘଟିଛି । ଘାଟି ତଳକୁ ଖସିଲା ପର୍ଯ୍ୟଟକ ବସ୍ । ଘଟଣାରେ ୪ଜଣ ପର୍ଯ୍ୟଟକ ପ୍ରାଣ ହରାଇ ଥିବା ବେଳେ ୧୯ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଗତକାଲି ରାତିରେ ଓଡ଼ିଶା କୋରାପୁଟ ସୀମାବର୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆରକୁ ଭ୍ୟାଲିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । 

ସୂଚନା ଅନୁଯାୟୀ, ଆରକୁ ଘାଟିରୁ ପ୍ରାୟ ୧୦୦ ଫୁଟ୍ ତଳକୁ ବସଟି ଖସିପଡିଛି । ଏହି ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୯ଜଣ ପର୍ଯ୍ୟଟକଙ୍କୁ ଏମ୍ କୋଟା ଓ କିଙ୍ଗ୍ସ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୩ ପର୍ଯ୍ୟଟକଙ୍କୁ ଧରି ବସଟି ବିଶାଖାପାଟଣା ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବସ୍ ଖସି ପଡ଼ିଥିଲା ।