ଟ୍ରକ୍ ସହ ପିଟିହେଲା ପ୍ରବାସୀଙ୍କ ବସ୍ : ଦୁର୍ଘଟଣାରେ ଟ୍ରକ୍ ଡ଼ାଇଭରଙ୍କର ମୃତ୍ୟୁ; ପ୍ରବାସୀ ଯାତ୍ରୀ ଆହତ

331

କନକ ବ୍ୟୁରୋ : ଟ୍ରକ୍ ସହ ପିଟିହେଲା ପ୍ରବାସୀଙ୍କ ବସ୍ । ଦୁର୍ଘଟଣାରେ ଟ୍ରକ୍ ଡ଼ାଇଭରଙ୍କର  ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରବାସୀ ଯାତ୍ରୀ ଆହତ ହୋଇଛନ୍ତି । ଟାଙ୍ଗୀ ବାଇପାସ୍ ନିକଟରେ ଯାତ୍ରୀବାହୀ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ବସଟି କେରଳରୁ ଓଡ଼ିଶା ଫେରୁଥିଲା । କେରଳର କୁର୍ଣ୍ଣରୁ ଅଂଚଳରୁ ପ୍ରବାସୀ ଓଡ଼ିଶା ଶ୍ରମିକଙ୍କୁ ନେଇ ଆସୁଥିଲା ବସ୍ ।

ରାସ୍ତା ପ୍ରଶସ୍ତିକରଣ କାମ ଚାଲିଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରୁଟରେ ଯାଉଥିଲେ । ଟ୍ରକଟି ବସର ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ବସଟି ଡ଼ିଭାଇଡ଼ର ଡ଼େଇଁ ପଛକୁ ଚାଲିଯାଇଥିଲା । ବସରେ ଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଆହତ ହୋଇଛନ୍ତି । ପ୍ରବାସୀ ଶ୍ରମିକ ମାନେ କେନ୍ଦ୍ରାପଡ଼ା ଅଂଚଳର ବୋଲି ଜଣାପଡ଼ିଛି । ସ୍ଥାନୀୟ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍ ଯୋଗେ କେନ୍ଦ୍ରାପଡ଼ା ପଠାଇଛନ୍ତି । ଟ୍ରକ୍ ଚାଳକର ପରିଚୟ ମିଳିପାରିନାହିଁ ।