ଆସନ୍ତାକାଲି ଉଦଘାଟନ ହେବ ବୁର୍ଲା ପ୍ଲାନେଟୋରିୟମ୍ ଏବଂ ସାଇନ୍ସ ସେଂଟର ! ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

163

କନକ ବ୍ୟୁରୋ : ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ଏହି ଅବସରରେ ସେ ବୁର୍ଲା ପ୍ଲାନେଟୋରିୟମ୍ ଏବଂ ସାଇନ୍ସ ସେଂଟରକୁ ଉଦଘାଟନ କରିବେ । ତେବେ ମିଳିଥିବା ସୂଚନା ମୂତାବକ ମୁଖ୍ୟମନ୍ତ୍ରୀ ଏହି ପ୍ଲାନେଟୋରିୟମକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ବିରୋଧର ଭୟ । ତେଣୁ ଗସ୍ତ ପୂର୍ବରୁ ଗିରଫ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଏହା ସହ ଦଳର ୧୪ ଜଣ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଗୁଆ ପଦକ୍ଷେପ ନେଇଛି ପୁଲିସ୍ । ତେବେ ଜୟନାରାଣଙ୍କ ଗିରଫକୁ ନିନ୍ଦା କରିଛି ବିଜେପି । କହିଛି ସ୍ୱସ୍ଥ୍ୟଗତ ସମସ୍ୟା ଥାଇ ମଧ୍ୟ ଜୟନାରାୟଣଙ୍କୁ ଗିରଫ କରିବା ଉଚିତ୍ ହୋଇନାହିଁ ।