ଦାବି ପୂରଣ ନେଇ ଜିଦþରେ ବୁର୍ଲା ଜୁନିଅର ଡାକ୍ତର, ନିର୍ଦେଶକଙ୍କ ଅଫିସ ଘେରାଉ

ଆନ୍ଦୋଳନ ସ୍ଥଗିତ ରଖିଲା ବୁର୍ଲା ଜୁନିଅର ଡାକ୍ତର ସଂଘ : ୪ ଟି ଦାବି ପୂରଣ ନେଇ ସରକାର ଦେଲେ ପ୍ରତିଶ୍ରୁତି

 ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ :     ଦାବି ପୂରଣ ନେଇ ଜିଦþରେ ବୁର୍ଲା ଜୁନିଅର ଡାକ୍ତର । ମେଡିକାଲ କତୃପକ୍ଷଙ୍କ ସହ ଜୁନିଅର ଡାକ୍ତର ସଂଘର ଆଲୋଚନା ବିଫଳ ହୋଇଛି । ଡାକ୍ତରଙ୍କ ପକ୍ଷରୁ ଆନଦୋଳନ କୁ ଜେରାଦାର କରାଯାଇଛି । ନିର୍ଦେଶକଙ୍କ ଅଫିସ ଘେରାଉ କରାଯାଇଛି । ୯ ଦଫା ଦାବି ନେଇ ଜିଦରେ ଅଡି ବସିଛନ୍ତି ସଂଘ । ପଶ୍ଚିମ ଓଡିଶାର ମୁଖ୍ୟ ଡାକ୍ତରଖାନା ଭାବରେ ଏଠାରେ ଭିତିଭୂମି ନଥିବା ଦର୍ଶାଇ ପୂର୍ବରୁ ମଧ୍ୟ ଜୁନିଅର ଡାକ୍ତର ସଂଘ ଆନଦୋଳନ କୁ  ଓହ୍ଲାଇ କାର୍ଯ୍ୟବନ୍ଦ କରିଥିଲା । ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ମାର୍ଚ୍ଚ ସୁଦ୍ଧା ଡାକ୍ତରଖାନାର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ବର୍ତମାନ ସୁଦ୍ଧା ବୁର୍ଲା ମେଡିକାଲରେ ଭିତିଭୂମିର ବିକାଶ ହୋଇନଥିବା ଅଭିଯୋଗ କରିଛି ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe