ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଯଶପ୍ରୀତ୍ ବୁମରା । ଆସନ୍ତାକାଲି ଗୋଆରେ ହୋଇପାରେ ବିବାହ ।

246

କନକ ବ୍ୟୁରୋ: ବିବାହ କରିବେ ଭାରତୀୟ କ୍ରିକେଟର ଜଶପ୍ରିତ୍ ବୁମରା । ଷ୍ଟାର ସ୍ପୋର୍ଟସ୍ ଆଙ୍କର ସଂଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୁମରା । ଆସନ୍ତାକାଲି କିମ୍ବା ପହରଦିନ ଅର୍ଥାତ୍ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଗୋଆରେ ହେବ ଏହି ବିବାହ ଉତ୍ସବ । ଏନେଇ ଗଣମାଧ୍ୟମରେ ଖବର ଆସିଛି । ନିଜେ ଇନଷ୍ଟାଗ୍ରାମରେ ମଧ୍ୟ ବୁମରା , ସଂଜନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ ।

ଦେଶରେ କରୋନା ମହାମାରୀ ଜାରି ରହିଥିବାରୁ , ବୁମରାଙ୍କ ବିବାହରେ ବହୁ କମ୍ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ୨୦ ଜଣଙ୍କୁ ନେଇ ବୁମରାଙ୍କର ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିବାହ ଉତ୍ସବରେ ସାମିଲ ହେଉଥିବା ସଦସ୍ୟ ସାଥିରେ ମୋବାଇଲ ଫୋନ ମଧ୍ୟ ନେଇପାରିବେ ନାହିଁ । ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ସଂଜନା ଗଣେଶନ । ଏହା ପରେ ଟିଭି ଉପସ୍ଥାପିକା ଭାବେ ଷ୍ଟାର ସ୍ପାର୍ଟସ ଏବଂ ମ୍ୟାଂଚ ପଏଂଟର ସହ କାମ କରିଛନ୍ତି ।