ଅଗଷ୍ଟ ୫ରେ ରିଲିଜ୍ ହେବ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’

64

vlcsnap-2016-06-08-16h06m53s389ଅଗଷ୍ଟ ୫ ତାରିଖରେ ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ତିଆରି ହୋଇଛି ଏହି ଫିଲ୍ମ । ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ନିର୍ଦେଶିତ ଏବଂ ଭାଇକମ-୧୮ ମୋସନ ପିକ୍ଚର୍ସ ଓ କୋଡ ରେଡ ଫିଲ୍ମ ପ୍ରଡକ୍ସନ ପ୍ରଯୋଜିତ ଏହି ଫିଲ୍ମରେ କୁନି ଧାବକ ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀକୁ ଦର୍ଶାଯାଇଛି । ବୁଦ୍ଧିଆକୁ ବସ୍ତିରୁ ଆଣି ପ୍ରଶିକ୍ଷଣ ଦେଇଥିଲେ କୋଚ ବିରଂଚି ଦାସ । ଭୁବନେଶ୍ୱରରୁ ପୁରୀ ୬୫ କିଲୋମିଟର ରାସ୍ତାକୁ ବୁଦ୍ଧିଆ ୭ ଘଂଟାରେ ପାର କରିଦେଇଥିଲେ । ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ବନିଯାଇଥିଲା ବିଶ୍ୱର କନିଷ୍ଠ ମାରାଥନ୍ ରନର । ଲିମକା ବୁକରେ ସ୍ଥାନ ମିଳିଥିଲା ବୁଦ୍ଧିଆ ସିଂଙ୍କୁ । ୨୦୧୧ରେ ବୁଦ୍ଧିଆର ସାହାସ ଓ ସଂଘର୍ଷକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିଲା ଡକ୍ୟୁମେଂଟାରୀ । ଆଉ ଏବେ ତିଆରି ହୋଇଛି ହିନ୍ଦୀ ଫିଲ୍ମ । ଏଥିରେ ବୁଦ୍ଧିଆ ଭୂମିକାରେ କୁନି କଳାକାର ‘ମୟୁର’ ଅଭିନୟ କରିଥିବାବେଳେ ବିରଂଚି ଭୂମିକା ନିଭାଉଛନ୍ତି ଭର୍ସାଟାଇଲ ଆକ୍ଟର ‘ମନୋଜ ବାଜପେୟୀ’ ।

ଏହା ସହ ପୁରସ୍କାର ପାଇଲା ଫିଲ୍ମ, ହେଲେ ହିରୋର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ