ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ । ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ ବଜେଟ୍ ।

126

କନକ ବ୍ୟୁରୋ: ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ସଂସଦର ବଜେଟ୍ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ।

ତେବେ ଦୁଇଟି ପର୍ଯ୍ୟାୟରେ ବସିବ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନଟି ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଅଧିବେଶନରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳୁଛି ।

ତେବେ ସଂସଦର କିଛି କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ, ବଜେଟ୍ ଅଧିବେଶନକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ବଜେଟ୍ ଅଧିବେଶନ କିଭଳି ବସିବ ତାକୁ ନେଇ ରାଜନୀତି କରିଡରରେ ବେଶ ଆଲୋଚନା ମଧ୍ୟ ହୋଇଥିଲା । ହେଲେ ଏହାରି ଭିତରେ ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।