ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ, କକ୍ଷତ୍ୟାଗ କଲେ ବିଜେପି-କଂଗ୍ରେସ ସଦସ୍ୟ

92

କନକ ବ୍ୟୁରୋ: ଘରେ ପଶୁ ପଶୁ ମୁଣ୍ଡରେ ବାଜିଲା ଚାଳ । ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା କଲେ ବିରୋଧୀ ଦଳ । ଗୃହରେ ହୋ-ହଲ୍ଲା କରି ବିଜେପି ଓ କଂଗ୍ରେସ ଦଳର ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି । ତେବେ ବିଜେପି ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ଆଇନଶୃଙ୍ଖଳା , ମଣ୍ଡି, କୋଟିଆ ଏଭଳି ନାନାଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି ।

ସେହିପରି କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା । ଏପରିକି ଦଳର ହେଭିୱେଟ୍ ପ୍ରମୁଖ ବିଧାୟକମାନେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ନାରାବାଜି ଦେଇଥିଲେ ପରେ କକ୍ଷତ୍ୟାଗ କରିଛନ୍ତି କଂଗ୍ରେସର ସଦସ୍ୟବୃନ୍ଦ ।