ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ! ଅଭିଭାଷଣ ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍

172

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ବିଧାନସଭା ବଜେଟ୍ ଅଧିବେଶନ ।  ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି ।

– ସାଧାରଣ ବଂଟନ ବ୍ୟବସ୍ଥାରେ ଦେଶରେ ଓଡ଼ିଶା ନମ୍ବର ୱାନ୍ ।  ରାଜ୍ୟରେ ଦ୍ରୁତ ଗତିରେ ଶିଳ୍ପାୟନ ବଢ଼ିବାରେ ଲାଗିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି ।

– ଚାଷୀ ଓ ଭାଗଚାଷୀଙ୍କୁ ମିଳୁଛି କାଳିଆ ସହାୟତା । କାଳିଆ ଯୋଂଜନାରେ ଚାଷୀଙ୍କ ଉନ୍ନତି ହେବ । ଚାଷୀଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଉଛି । ଆଗାମୀ ଏପ୍ରିଲ ୧ ସୁଦ୍ଧାର ୦ ପ୍ରତିଶତ ଋଣରେ ସୁଧ ଯୋଗାଇ ଦିଆଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ।

– ଡିଟିବି ଜରିଆରେ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯାଉଛି । ଆମ ଗାଁ ଆମ ବିକାଶ ଯୋଜନା ଏକ ଉତ୍କୃଷ୍ଟ ଯୋଜନା । ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିବ ।

– ଓଡିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବିଗତ ଏକ ଦଶନ୍ଧି ମଧ୍ୟରେ କୃଷକଙ୍କ ଆୟ ପ୍ରକୃତ ପକ୍ଷେ ଦ୍ବିଗୁଣିତ ହୋଇପାରିଛି ଓଡିଶା ସର୍ବାଧିକ ଶିଶୁ ମୃତ୍ୟୁହାର ହ୍ରାସ କରାଇପାରିଛି, ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ମଧ୍ୟ କମ

– ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ସହାୟତା ଯୋଜନା । ଆଦିବାଦୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି ।

– ମୋ ସରକାରରେ ମମତା ଯୋଜନା କାର୍ଯ୍ୟକାରୀ ହୋଇଛି । ମମତା କାର୍ଯ୍ୟକାରୀ ହେବାଠାରୁ ୩୫.୬୯ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ୧୬୬୫. ୨୮ କୋଟି ପ୍ରୋତ୍ସହନ ରାଶି ଦିଆଯାଇଛି ।

– ମୋ ସରକାରରେ ୫୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା

– ମୋ ସରକାରରେ ଶାଳପତ୍ର ଉପରୁ ରୟାଲଟି ଉଚ୍ଛେଦ ହୋଇଛି । ଯଦ୍ୱାରା ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଉପକୃତ ହେବେ ।

– ଓଡ଼ିଶାରେ ଗରିବି ହ୍ରାସ ପାଇଛି । ବସୁଧା ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି ।

– କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି । ସର୍ବାଧିକ ୨ ଜଣ ଝିଅଙ୍କ ବିବାହ ନିମନ୍ତେ ୨୫ ହାଜର ଟଙ୍କା । ଦୁରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା

– ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟରେ ୨୮ଟି ଆଦର୍ଶ ବଦ୍ୟାଳୟ । ରାଜ୍ୟରେ ୨୦ ଲକ୍ଷ୍ୟରୁ ଅଧିକ ବାସଗୃହ ନିର୍ମାଣ ହୋଇଛି ।

– ବିଗତ ସାତ ବର୍ଷରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି ।