କନକ ବ୍ୟୁରୋ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ । କନକ ନ୍ୟୁଜରେ ପ୍ରତିକ୍ରିୟା ରଖି ଚିନ୍ମୟୀଙ୍କ ମାଆ କହିଲେ, ତାଙ୍କ ଝିଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । କେବେ ବି ସେ ଆତ୍ମହତ୍ୟା କରିନଥିବ । ତାଙ୍କ ଝିଅ ବେକରେ ଦାଗ ରହିଥିବା କହିଛନ୍ତି ମାଆ ଲବଙ୍ଗ ସାହୁ । ଝିଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କହିଛନ୍ତି ମାଆ । ପୋଷ୍ଟ ମର୍ଟମ ରିପୋର୍ଟରେ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

Advertisment

ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ୩ଟି ଗଠନ କରି ତନାଘନା ଆରମ୍ଭ କରିଛି । ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ୱର ଯାଇଛି ତିନିଟି ଟିମ୍ । ସେପଟେ ଫରେନ୍ସିକ୍ ଲାବ୍କୁ ପଠାଯିବ ମୋବାଇଲ । ଚିନ୍ମୟୀ, ପ୍ରୀତିମାନ ଓ ଚିନ୍ମୟୀଙ୍କ ମା’ଙ୍କ ମୋବାଇଲ୍କୁ ଫରେନ୍ସିକ୍ ଲାବ୍କୁ ପଠାଯିବ । ହ୍ୱାଟ୍ସଆପ୍ ଚାଟ୍ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି । ସେହିପରି ପୁଣି ଥରେ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ୍ ଟିମର ଛାନଭିନ ।