ଲଞ୍ଚ ହେଲା ବିଏସଏନଏଲର ଆପ୍ ! ଏକ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମିଳିବ ମାଗଣା ସେବା ।

629

ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍(ବିଏସଏନଏଲ୍) ଉଇଙ୍ଗସ ଇଣ୍ଟରନେଟ୍ ଟେଲିଫୋନି ସର୍ଭିସର ଆପ୍ ଲଞ୍ଚ କରିଛି । ଆପ୍ ଲଞ୍ଚ କରିବା ସହ ବିଏସଏନଏଲ୍ ନିଜ ନୂଆ ଗ୍ରାହକମାନଙ୍କୁ ଗୋଟେ ମାସ ପର‌୍ୟ୍ୟନ୍ତ ମାଗଣା ସେବା ଦେବ ବୋଲି ଜଣାପଡ଼ିଛି । ଯେଉଁମାନେ ବର୍ଷକ ପାଇଁ ରିଚାର୍ଜ କରିବେ କେବଳ ସେହି ମାନଙ୍କୁ ହିଁ ମାସକ ପାଇଁ ମାଗଣା ସେବା ମିଳିବ ବୋଲି ବିଏସଏନଏଲ୍ ତରଫରୁ ଘୋଷଣା କରାଯାଇଛି । ରିଚାର୍ଜ କରିବା ପାଇଁ ଗ୍ରାହକମାନଙ୍କୁ ୧୦୯୯ଟଙ୍କା ଦେବାକୁ ହେବ । ଏହି ଟଙ୍କାରେ ଜିଏସଟି ଅଲଗା ଭାବରେ ଯୋଡ଼ାଯିବ ।

ଦେଶର ଯେଉଁ ଭାଗରେ ଲୋକମାନେ ଖରାପ ନେଟଓ୍ଵାର୍କ ପାଇଁ ଠିକ୍ ଭାବରେ କଥା ହୋଇ ପାରୁ ନାହାନ୍ତି,ସେମାନେ ଉଇଙ୍ଗସ ସାହାଯ୍ୟରେ ଖୁବ୍ ସହଜରେ କଲ୍ କରି ପାରିବେ । ଏହା ଏକ ଆଇପି ବା ଇଣ୍ଟରନେଟ୍ ଚାଳିତ ସେବା ବୋଲି ଜଣା ପଡ଼ିଛି । ଏହାର ବ୍ୟବହାର ପାଇଁ ଗ୍ରାହକଙ୍କୁ ବିଏସଏନଏଲର ଟେଲିଫୋନି ଆପ୍ ଇନଷ୍ଟଲ କରିବାକୁ ହେବ । ଏହି ଆପ୍ ଦ୍ୱାରା ଗ୍ରାହକମାନେ ବିନା ସିମରେ କଲ୍ କରିବାର ସୁବିଧା ପାଇ ପାରିବେ ବୋଲି ଜଣା ପଡ଼ିଛି ।