କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ୟେଦିୟୁରପ୍ପା  ।  ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ନେଇ ସଂକେତ

116

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ କ୍ଷମତା କନ୍ଦଳ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି.ଏସ ୟେଦିୟୁରପ୍ପା  । ଆଜି କର୍ଣ୍ଣାଟକ ବିଜେପି ସରକାରକୁ ୨ ବର୍ଷ ପୁରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ନିଜେ ସୂଚନା ଦେଇଛନ୍ତି ୟେଦିୟୁରପ୍ପା  । ଏବେ ରାଜ୍ୟବାସୀଙ୍କ ନଜର ରହିଛି ଯେ ୟେଦିୟୁରପ୍ପାଙ୍କ  ପରେ ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ ।

ଗତକାଲି କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି ଗଣମାଧ୍ୟରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ କାଲି ଗୋଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଯେଭଳି ଭାବେ ୟେଦୁୟେରପ୍ପାଙ୍କୁ ପ୍ରଶଂସା କଲେ ତାହାପରେ ୟେଦିୟୁରପ୍ପାଙ୍କ ଇସ୍ତଫା ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

କହିରଖୁ କି କର୍ଣ୍ଣାଟକରେ କଂଗ୍ରେସର ସିଦ୍ଧରମେୟାଙ୍କ ସରକାର ଭାଙ୍ଗିବା ପରେ ଏକ ନାଟକୀୟ ଢଙ୍ଗରେ ରାଜ୍ୟ ରାଜନୀତିରେ ବିଜେପି ଆଗକୁ ବଢିଥିଲା । ଏହାପରେ ନାଟକୀୟ ଢଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ୟେଦିୟୁରପ୍ପା ।

ଅନ୍ୟପଟେ ୟେଦିୟୁରପ୍ପାଙ୍କ ପରେ ରାଜ୍ୟରେ ଜଣେ ଦଳିତ ସମୁଦାୟର ନେତା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାମ ସବୁଠାରୁ ଆଗରେ ରହିଛି ।