ଜଳେଶ୍ୱରରେ ଅବକାରୀ ବିଭାଗର ରେଡ୍: ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଅଧିକ ତନାଘନା ଜାରି ରହିଛି

87

କନକ ବ୍ୟୁରୋ: ଜଳେଶ୍ୱର ଅଂଚଳରେ ରେଡ୍ । କଟକ ଗୁଇନ୍ଦା ଅବକାରୀ ବିଭାଗର ସ୍କାର୍ଡ ଏଠାରେ ଚଢାଉ କରି ୨ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ଏଥିରେ ଶେଖ୍ ସମତୁଲ୍ଲା ନାମକ ଜଣେ ଯୁବକକୁ ଗିରଫ କରିଛି । ଅଧିକ ତନାଘନା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ୱର ଅଞ୍ଚଳରେ ବ୍ୟାପକ ବ୍ରାଉନ୍ ସୁଗାର କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କଟକ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍ ର ଏକ ସଶସ୍ତ୍ର ଟିମ୍ ଜଳଶ୍ୱେରରେ ପହଞ୍ଚିଥିଲେ। ତେବେ ସେକବାଡ଼ାର ସେକ୍ ସମାତୁଲ୍ଲା ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ସହିତ ପ୍ରାୟ ୨ଶହ ଗ୍ରାମ ବ୍ରାଉନ୍ସୁଗାର ଧରି କାରବାର ପାଇଁ ଯାଉଥିବା ବେଳେ ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ସେକ୍ କାଲୁଙ୍କ ଧରି ଅବକାରୀ ସ୍କ୍ଵାଡ଼୍ ବାଲେଶ୍ୱରରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ ବ୍ରାଉନ୍ସୁଗାର ମାଫିଆମାନେ ଏହାକୁ ପଶ୍ଚିମବଙ୍ଗରୁ ସଂଗ୍ରହ କରି ଓଡ଼ିଶାର ବାଲେଶ୍ୱର ଜିଲ୍ଲାକୁ ଆଣିଥାନ୍ତି। ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ବ୍ରାଉନ୍ସୁଗାର ପଠାଯାଇତାଲଏ ବୋଲି ଜଣେ ଅବକାରୀ ଅଧିକାରୀ ସୁଚନା ଦେଇଛନ୍ତି।