ବାହାଦୁରୀର ମିଛ କାହାଣୀ ଶୁଣାଇଲେ ଯବାନ, ମେଡାଲ ମିଳିବାରୁ ଚଢା ଦରରେ ବିକିଦେଲେ

127

କନକ ବ୍ୟୁରୋ: ଯବାନଙ୍କ ନାଁ ଶୁଣିଲେ ମୁଣ୍ଡ ସେମାନଙ୍କ ପାଇଁ ଆପେ ଆପେ ନଇଁଯାଏ କାରଣ ନିଜ ଜୀବନକୁ ଏମାନେ ପାଣି ଛଡେଇ ଦେଶମାତୃକାର ସେବା କରିଥାନ୍ତି । ପ୍ରତି ଦେଶର ଯବାନଙ୍କୁ ସେମାନଙ୍କ ଦେଶ ଯଥେଷ୍ଟ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗ ଯୋଗାଇଦେଇଥାନ୍ତି । ସେମାନଙ୍କର ସାହସିକତା ପାଇଁ ସେମାନଙ୍କୁ ସମ୍ମାନୀତ କରାଯାଇଥାଏ । ହେଲେ ଏପରି ଜଣେ ଯବାନଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଯିଏ ନିଜ ସାହସିକତାର ମିଛ କାହାଣୀ କହି ସାରା ଦୁନିଆଁକୁ ଠକିଛନ୍ତି । ତାଙ୍କ ମିଛ କାହାଣୀ ଶୁଣିବା ପରେ ତାଙ୍କୁ ଯେଉଁ ମେଡାଲ ମିଳିଲା ତାକୁ ପାଖାପାଖି ଦେଢ କୋଟି ଟଙ୍କାରେ ବିକିଦେଲେ । ତେବେ ଆସନ୍ତୁ ଜାଣିବା କିଏ ଏହି ଯବାନ ଏବଂ ସେ ଏପରି ମିଛ କହିବା ପଛର କାରଣ କ’ଣ ।

ବ୍ରିଟିଶ୍ ଆର୍ମିମାନଙ୍କ ପାଇଁ ଭିକ୍ଟୋରିଆ ପଦକ ପରେ ବିଶିଷ୍ଟ ବୀରତ୍ୱ ପଦକ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ବୀରତ୍ୱ ପଦକ । ତେବେ ଏହି ପଦକକୁ ଜଣେ ବ୍ରିଟିଶ୍ ଯବାନ ସାହସିକତାର କାହାଣୀ କହି ନିଜ ନାଁରେ କରାଇ ନେଇଥିବା ଅଭିଯୋଗ ହୋଇଛି । ଏହାସହ ସେ ଏହି ମେଡାଲକୁ ୧.୩୪ କୋଟିରେ ବିକ୍ରି କରିଦେଇଛନ୍ତି । ତେବେ ବ୍ରିଟେନର ଏହି ଯବାନଜଣଙ୍କ ନାଁ ହେଉଛି ସାର୍ଜେନ ଡିକନ୍ କଟରହୋମ୍ , ଯାହାଙ୍କୁ ବିଶିଷ୍ଟ ବୀରତ୍ୱ ମେଡାଲରେ ସମ୍ମାନୀତ କରାଯାଇଛି ।

ଡିକନ୍ କଟରହୋମଙ୍କୁ ଏହି ବୀରତ୍ୱ ପୁରସ୍କାର ଦେବାର କାରଣ ହେଉଛି , ସେ କହିଥିଲେ ୨୦୧୧ମସିହାରେ ତାଲିବାନର ହ୍ୟାଣ୍ଡ ଗ୍ରେନେଡ୍ ହାତରେ ଧରି ତାଙ୍କ ସହଯୋଗୀଙ୍କ ଠାରୁ ସେ ଦୂରରେ ଫୋପାଡି ଦେଇଥିଲେ । ତେଣୁ ସେତେବେଳେ ତାଙ୍କର ଏହି ସାହସିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା । ସେଥିପାଇଁ ତାଙ୍କୁ ବିଶି୍େଟ ବୀରତ୍ୱ ପୁରସ୍କାର ମିଳିଥିଲା । ତେବେ ପ୍ରକୃତରେ ଏପରି କିଛି ହୋଇନଥିବା ତାଙ୍କ ସହଯୋଗୀମାନେ ଜୋର ଦେଇ କହିଥିଲେ । ସେମାନେ କହିଥିଲେ ଯେ ଏହି ବୀରତ୍ୱ ମେଡାଲକୁ ହାସଲ କରିବାକୁ ର୍ସାେଟ୍ ଡିନ୍ କଟରହୋମ ସାହସିକତାର ମିଛ କାହାଣୀ କହିଛନ୍ତି ।

ଅନ୍ୟପଟେ ସାର୍ଜେଟ୍ ଡିକ୍ ନିଜେ ସ୍ୱୀକାର କରିଛନ୍ତି ଯେ, ସେ ଏହି ସାହିସିକତା କାର୍ଯୃ କରିବା ସମୟରେ ତାଙ୍କୁ କେହି ଦେଖି ନଥିଲେ । କାରଣ ସେ କହିଛନ୍ତି ଯେ, ଯେତେବେଳେ ସେ ଗ୍ରେନେଡ୍ ଦେଖିଲେ କିଛି ନଭାବି ନବୁଝି ତା ଉପରକୁ ଡେଇଁ ପଡିଥିଲେ ଓ ତାଙ୍କ ସାଥୀଙ୍କ ଠାରୁ ବହୁ ଦୂରକୁ ନେଇଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମିଲିଟାରୀ ପୋଲିସ ଫୋର୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଏହି ଘଟଣାକୁ ନେଇ ସେନା ମୁଖ୍ୟ କହିଛନ୍ତି ଯେ, ତଦନ୍ତ ଶେଷ ନହେବା ଯାଏଁ ଏନେଇ କୌଣସି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ ।