କନକ ବ୍ୟୁରୋ: ଆମେରିକୀୟ ବୁଲି ଡଗ୍ସ ଆମେରିକା ସମାଜ ପାଇଁ ବିପଦ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ବ୍ୟାନ୍ କରିଛନ୍ତି । ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍ । ଯେଉଁଥିରେ ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ଋଷି ସୁନକ୍ ।

Advertisment

କହିରଖୁଁ, ଚଳିତ ସପ୍ତାହାରେ ଷ୍ଟେଫର୍ଡଶାୟରରେ ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଏହି କୁକୁରର ଆକ୍ରମଣରେ ୧୧ ବର୍ଷର ଶିଶୁ ମଧ୍ୟ ଗୁରୁତର ହୋଇଥିଲା । ଆମେରିକାନ୍ ଏକ୍ସଏଲ ବୁଲି ଡଗ୍ସ ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଜଣା । ଏହା ଆମେରିକାନ୍ ପିଟବୁଲ ଟେରିଅର୍ସ ଏବଂ ଆମେରିକାନ୍ ଷ୍ଟେଫୋର୍ଡଶାୟରର କ୍ରସ୍ ବ୍ରିଡ୍ ।

ତେବେ ଏହି କୁକୁର ପାଇଁ ସ୍ୱତନ୍ତ୍ର ଆଇନ୍ ବର୍ଷର ଶେଷ ସୁଦ୍ଧା ଆସିବ । ବର୍ତ୍ତମାନ ସ୍ଥିତିରେ ଏପରି ଆକ୍ରମଣ ସମାଧାନକୁ ଦୃଷ୍ଟିରେ ରଖି ଏହି କୁକୁରକୁ ବ୍ୟାନ୍ କରିଛନ୍ତି ଋଷି ସୁନକ୍ ।