କନକ ବ୍ୟୁରୋ : ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଆଉ ଏକ ଅଧ୍ୟାୟ ସେପ୍ଟେ୍ମ୍ବର ୧୭ ତାରିଖରେ ସମାପ୍ତ ହୋଇଛି । ଲଣ୍ଡନରେ ଥିବା ଇଣ୍ଡିଆ କ୍ଲବ ଆଜିଠାରୁ ସ୍ଥାୟୀଭାବେ ବନ୍ଦ କରାଯାଇଛି । ଏହି କ୍ଲବ ଲଣ୍ଡନରେ ରହିଥିଲେ ବି ଭାରତ ସହ ଏହା ସଂପର୍କ ବେଶ ନିବିଡ ଥିଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଏହି କ୍ଲବ ଗୋଟିଏ ସମୟରେ ବିଦେଶରେ ଭାରତୀୟମାନଙ୍କ ପାଇଁ ଘର ଥିଲା । ଏହି କ୍ଲବର ସଂସ୍ଥାପକ କୃଷ୍ଣା ମେନନ, ବ୍ରିଟେନରେ ସ୍ୱତନ୍ତ୍ର ଭାରତର ପ୍ରଥମ ଉଚ୍ଚାୟୁକ୍ତ ଥିଲେ ।

Advertisment

ଇଣ୍ଡିଆ କ୍ଲବ ବ୍ରିଟେନରେ ପ୍ରାରମ୍ଭିକ ଭାରତୀୟ ରେଷ୍ଟୁରାଣ୍ଟ ମଧ୍ୟରୁ ଅନ୍ୟତମ ଥିଲା ଏବଂ ପରବର୍ତ୍ତୀ ସମୟରେ ବ୍ରିଟିଶ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଏକ ହବରେ ପରିଣତ ହୋଇଥିଲା । କ୍ଲବର ମ୍ୟାନେଜର ଫିରୋଜ ମାର୍କର କହିିଛନ୍ତି , ଯେତେବେଳେ ଆମେ ଏହାକୁ ବନ୍ଦ କରିବାକୁ ସ୍ଥିର କଲୁ ତା ପରେ ଏଠାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ‘ଆମେ ଏହାକୁ ଏଠାରେ ବନ୍ଦ କରୁଛୁ କିନ୍ତୁ ଇଣ୍ଡିଆ କ୍ଲବର ସ୍ଥାନାନ୍ତର କରିବା ପାଇଁ ନୂଆ ସ୍ଥାନ ଖୋଜୁଛୁ’

ପାର୍ସୀ ବଂଶୋଦ୍ଭବ ଯାଦଗର ମାର୍କର ତାଙ୍କ ପତ୍ନୀ ଫ୍ରାନି ଓ ଝିଅ ଫରୋଜାଙ୍କ ସହ ମିଶି ଏହି ରେଷ୍ଟୁରାଣ୍ୟ ଚଳାଉଛନ୍ତି । ସେ ୧୯୯୭ ମସିହାରେ ଏହି ରେଷ୍ଟୁରାଣ୍ଟର ମାଲିକାନା ହାସଲ କରିଥିଲେ । ସେତେବେଳେ ଇଣ୍ଡିଆ କ୍ଲବର ପରିସ୍ଥିତି ବହୁତ ଖରାପ ଥିଲା । ମାର୍କର ପରିବାର ‘ସେଭ୍ ଇଣ୍ଡିଆ କ୍ଲବ’ ଅଭିଯାନ ଆରମ୍ଭ କରିଥିଲେ । ଏବଂ କିଛି ବର୍ଷ ପୂର୍ବେ କୋଠାକୁ ଆଂଶିକ ଉଚ୍ଛେଦରୁ ବଞ୍ଚାଇବା ପାଇଁ ପ୍ରାରମ୍ଭିକ ଲଢେଇ କରି ବିଜୟୀ ହୋଇଥିଲେ । ସେହିସମୟରେ ସେମାନଙ୍କୁ ଏକ ଅତ୍ୟାଧୁନିକ ହୋଟେଲ ନିର୍ମାଣ କରିବାକୁ ଘରମାଲିକମାନେ ସେହିପଟେ ରାସ୍ତା ବନାଇବାକୁ ନୋଟିସ ଜାରି କରିଥିଲେ ।