ସତ ହେବ ସ୍ୱପ୍ନ, ପୂରଣ ହେବ ଦୀର୍ଘ ବର୍ଷର ଦାବି ! ନିଆଳି ବିଚ୍ଛିନ୍ନାଞ୍ଚଳର କାଳଖ ଗାଁକୁ ସଂଯୋଗ ହେବ ସେତୁ, ସହାୟତା ଯୋଗାଇଲେ ରାଜ୍ୟ ସରକାର

99

କନକ ବ୍ୟୁରୋ : ଅନେକ ଦିନର ଅପେକ୍ଷା ପରେ ଗାଁରେ ପଂହଚିଲା ବିକାଶ । ଏବେଯାଏଁ ଯାହା ହୋଇନଥିଲା ତାହା ଏବେ ହେଲା । ସହାୟତା ରାଶି ଯୋଗାଇଲେ ସରକାର । କଟକ ନିଆଳିର ବିଚ୍ଛିନ୍ନାଂଚଳର କାଳଖ ଗାଁକୁ ସଂଯୋଗ ହେବ ସେତୁ । ଯାହର ବ୍ୟୟ ଅଟକଳ ରହିଛି ୨୩ କୋଟି । ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣ ହେବାକୁ ଥିବା ପୋଲର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନିଆଳି ବିଧାୟକ ଓ ସାଂସଦ ।

ସାକାର ହେବ ନିଆଳି କାଳଖ ଗ୍ରାମବାସୀଙ୍କ ସ୍ୱପ୍ନ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କାଳଖରେ ସେତୁର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଓ ଜଗତସିଂହପୁର ସାଂସଦ କୁଳମଣି ସାମଲ । ଦୀର୍ଘ ଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଡଙ୍ଗାରେ କନ୍ଦଳ ନଦୀ ପାରି ହେଉଥିବା ଲୋକଙ୍କ ପାଇଁ ପୋଲ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ପୋଲ ନଥିବାରୁ ନିଆଳି ବ୍ଲକର ପହଙ୍ଗା, ସୁନ୍ଦରଦା, ଯୁଆଙ୍ଗ, ତିହୁଡି, ବାଘମରା, କପାସୀ, ପୋଖରୀ, ବାହାରଣା, ପୋଦନା, ସିଠାଳ, ମାଧବ, ଏକବେରୁଆଁ ପଂଚାୟତର ପନ୍ଦର ହଜାର ଲୋକ ନଦୀରେ ପସି ଯା’ଆସ କରୁଥିଲେ । କନ୍ଦଳ ନଦୀ ଉପରେ ବିଜୁ ସେତୁ ନିର୍ମାଣ ହେଲେ ଗମନାଗମନ କ୍ଷେତ୍ରରେ ପ୍ରାୟ ୧୫କିମି ଦୂରତା କମିଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କ ଗମନାଗମନ ସୁବିଧା ପାଇଁ ସ୍ଥାୟୀ ପୋଲ ନିର୍ମାଣ କରି ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ।