ଭଦ୍ରକ ଧାମନଗରରେ ଧସିଲା ନଦୀ ବନ୍ଧ ! ଧୁଷୁରୀ ଗାନ୍ଧିଘାଟ ନିକଟ କୋଚିଲା ନଦୀରେ ମିଶିଲା ନବନିର୍ମିତ ୨ଶହ ଫୁଟର ବନ୍ଧ

32

କନକ ବ୍ୟୁରୋ: ଭଦ୍ରକ ଧାମନଗରରେ ଧସି ପଡିଲା ନଦୀ ବନ୍ଧ । ଧୁଷୁରୀ ଗାନ୍ଧିଘାଟ ନିକଟସ୍ଥ ସଇଲ କୋଚିଲା ନଦୀରେ ନବନିର୍ମିତ ନଦୀବନ୍ଧ ଧସି ପଡିଛି । ଏହି ନଦୀବନ୍ଧ ପ୍ରାୟ ୨ ଶହ ଫୁଟ ଧସି ପଡିଥିବା ସୂଚନା ମିଳିଛି । ନଦୀବନ୍ଧ ଧସିବା ଫଳରେ ନିକଟସ୍ଥ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଅର୍ଜୁନପୁର ଓ ହସିନାବାଦ ପଂଚାୟତବାସୀ ନଦୀବନ୍ଧ ଖସିବାକୁ ନେଇ ଚିନ୍ତାରେ ଥିବା ଜଣାପଡିଛି ।