ବ୍ରିକ୍ସ ସମ୍ମିଳନୀରେ ଭାରତର ବଡ କୁଟନୈତିକ ବିଜୟ ! ଆତଙ୍କବାଦ ପ୍ରସଙ୍ଗ ନଉଠାଇବାକୁ ଚୀନର ପରାମର୍ଶ ପରେ ବି ମିଳିତ ଘୋଷଣାନାମାରେ ଆତଙ୍କବାଦ ଉପରେ ଚର୍ଚ୍ଚା

29

କନକ ବ୍ୟୁରୋ : ବ୍ରିକ୍ସ ସମ୍ମିଳନୀରେ ଭାରତର ବଡ କୂଟନୈତିକ ବିଜୟ । ଆତଙ୍କବାଦ ପ୍ରସଙ୍ଗ ନଉଠାଇବାକୁ ଚୀନର ପରାମର୍ଶ ପରେ ବି ମିଳିତ ଘୋଷଣାନାମାରେ ଆତଙ୍କବାଦ ଉପରେ ଚର୍ଚ୍ଚା ହୋଇଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବା ଉପରେ ପଦକ୍ଷେପ ନେବା ପାଇଁ ସହମତି ଦେଇଛନ୍ତି ବ୍ରିକ୍ସ ସମୂହ ଦେଶ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସହମତି ହୋଇଛି । ଆତଙ୍କବଦାକୁ ସବୁ ଦେଶ ନିନ୍ଦା କରିଛନ୍ତି । ଘୋଷଣାପତ୍ରର ୪୮ନମ୍ବର ପୃଷ୍ଠାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଏବା ଉପରେ ଉଲ୍ଲେଖ ରହିଛି । ଏହାସହ ହକାନୀ ନେଟୱର୍କ ଓ ଆଇଏସଆଇଏସ ସମ୍ପର୍କରେ ମଧ୍ୟ ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି ।

modiଏହା ବ୍ୟତୀତ ଚୀନରେ ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ ବିକାଶ ଓ ଶାନ୍ତି ପାଇଁ ସଦସ୍ୟ ରାଷ୍ଟ୍ରଗୁଡିକର ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଶାନ୍ତି ଓ ବିକାଶ ପାଇଁ ବ୍ରିକ୍ସ ଦେଶ ମଧ୍ୟରେ ସହଯୋଗ ଜରୁରୀ । ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ ଏକଜୁଟ ରହିଲେ ଶାନ୍ତି ପ୍ରତିଷ୍ଠା ହେବ । ଭାରତର ୮୦ କୋଟି ଯୁବପୀଢି ଆମର ଶକ୍ତି । କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିବ । ଉତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ସ୍ୱଚ୍ଛତା ଆମର ଲକ୍ଷ୍ୟ । ଆସନ୍ତା ୧୦ ବର୍ଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ରିକ୍ସରେ ସଦସ୍ୟ ଅଛନ୍ତି ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ଆସନ୍ତା ଦଶବର୍ଷ ଆମପାଇଁ ଗୁରୁତ୍ୱପୂର୍ଣ୍ଣ । ୨୦୦୯ରୁ ପ୍ରତିବର୍ଷ ହେଉଛି ବିକ୍ସ ସମିଳନୀ । ବିଶ୍ୱର ୪୨ ପ୍ରତିଶତ ଲୋକ ଏହି ୫ ଦେଶରେ ରହୁଛନ୍ତି । ବିଶ୍ୱର ୨୩ ପ୍ରତିଶତ ଜିଡିପି ଏହି ୫ ଦେଶରେ ରହିଛି ।