ଦୁର୍ନୀତି ନିବାରଣ ଆଇନରେ ଆସିଲା ସଂଶୋଧନ : ଏଣିକି ଲାଂଚ ଦେଉଥିବା ବ୍ୟକ୍ତିଙ୍କୁ ବି ଯିବାକୁ ପଡିବ ଜେଲ

41

କନକ ବ୍ୟୁରୋ : କେବଳ ଲାଂଚ ନେବା ଲୋକ ନୁହେଁ ଲାଂଚ ଦେବା ଲୋକଙ୍କୁ ବି ଏବେ ମିଳିବ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ । ୧୯୮୮ ମସିହା ଦୁର୍ନୀତି ନିବାରଣ ଆଇନରେ ଏଭଳି ସଂଶୋଧନ ଆସିଛି । ଏହି ବିଲ୍ ଏବେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଗୃହୀତ ହୋଇଛି । ବାଧ୍ୟ ହୋଇ ଲାଂଚ ଦେଉଥିବା ବ୍ୟକ୍ତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ କରିବାକୁ ପଡ଼ିବ । ନଚେତ୍ ସେମାନେ ମଧ୍ୟ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଭୋଗିବାର ବ୍ୟବସ୍ଥା କରାଯାଇଛି ।

୧୯୮୮ ମସିହାର ଦୁର୍ନୀତି ନିବାରଣ ଆଇନରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ । ଆଇନ ଆଖିରେ ଉଭୟ ଲାଂଚ ନେଉଥିବା ଆଉ ଦେଉଥିବା ବ୍ୟକ୍ତି ଦୋଷୀ । ପ୍ରଥମ ଥର ପାଇଁ, ଲାଂଚ ଦେବା ଲୋକଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ହୋଇଛି । ଲାଂଚ ଦେଲେ ୩ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହାସହିତ ଜୋରିମାନା ବି ଆଦାୟ ହୋଇପାରେ ।

rupee
image courtesy-https://money.bhaskar.com

ଲାଂଚ କାରବାର ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ସହମତିରେ ଲାଂଚ କାରବାର ଓ ବଳପୂର୍ବକ ଲାଂଚ ଆଦାୟ । ବଳପୂର୍ବକ ଭାବେ ଲାଂଚ ଦେଉଥିବା ଲୋକଙ୍କ ପାଇଁ ଆଇନରେ ରିହାତି ରହିଛି । ସେମାନେ ବାଧ୍ୟ ହୋଇ ଲାଂଚ ଦେଉଛନ୍ତି ବୋଲି ପ୍ରମାଣିତ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ବା ତଦନ୍ତକାରୀ ସଂସ୍ଥାଙ୍କୁ ୭ ଦିନ ପୂର୍ବରୁ ଜଣାଇବାକୁ ପଡ଼ିବ । ତେବେ ଏହି ୭ ଦିନର ସମୟ ଅବଧିକୁ ନିୟମ ପ୍ରଣୟନ ବେଳେ ବଢ଼ାଯାଇପାରେ । ଦୁର୍ନୀତି ନିବାରଣ ଆଇନରେ ଏଭଳି ସଂଶୋଧନ ଦୁର୍ନୀତିକୁ ରୋକିବାରେ ସଫଳ ହେଉଛି କି ନାହିଁ ତା ଉପରେ ନଜର ।